ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଗତ କିଛି ମାସଧରି ସୁନା ଚେନ୍ ଚୋରୀ ମାମଲା ହୋଇଥିଲା । ଏହି ଘଟଣାରେ ବ୍ରହ୍ମପୁର ପୋଲିସକୁ ଏକ ବଡସଫଳତା ମିଳିଥିବା ଅତିରିକ୍ତ ଏସ୍ପି ପ୍ରଭାତ ଚନ୍ଦ୍ର ରାଉତରାଏ ସୂଚନା ଦେଇଛନ୍ତି । ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଟାଉନ୍ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତିଙ୍କ ଦ୍ୱାରା ସହରର ସମସ୍ତ ଥାନାଅଧିକାରୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍କୁ ଏହି ସଫଳତା ମିଳିଥିବା ସେ କହିଛନ୍ତି । ବଡବଜାର, ଗୋଷାଣୀନୂଆଗାଁ, ବୈଦ୍ୟନାଥପୁର ଓ ଟାଉନ୍ ଥାନାଧିକାରୀଙ୍କ ଆପ୍ରାଣ ଚେଷ୍ଟାରେ ପୋଲିସ ଗଞ୍ଜାମ ପୋଲିସ ଜିଲ୍ଲାର ଆସିକା ଥାନା ଅଧିନସ୍ଥ ଏକ ଅପରାଧି ଗ୍ୟାଙ୍ଗ ଗତ କିଛିବର୍ଷଧରି ଏହି ସିରିଜ୍ ଚୋରୀ କରୁଥିଲେ । ପୋଲିସ ଗିରଫ କରିଥିବା ଆସିକା ଅଞ୍ଚଳର ଏ.ଗଣେଶ ଦାସ(୨୫), ଏ.ଦୁର୍ଗା ଦାସ(୨୬), ନରସିଂହ ଦାସକୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତ ଝଗଡେଇ ନିକଟସ୍ଥ ଛାଟପଡିଆର ବୋଲି ଜଣାପଡିଛି । ଗିରଫମାନଙ୍କୁ ବଡବଜାର ଥାନା କେଶ୍ ନମ୍ବର ୯୯/୨୦ରେ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ୨୦ହଜାର ଟଙ୍କା, ୨ଟି ବାବାଜ ପୋଲସର ମୋଟର ସାଇକେଲ୍ ଜବତ କରାଯାଇଛି । ଏହି ଗିରଫମାନେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସିରିଜ୍ ଚୋରୀ ଘଟଣାରେ ସମ୍ପୃକ୍ତ ଥିବା ଜଣାପଡିଛି । ଗିରଫମାନଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଥିବା ବେଳେ ଆବଶ୍ୟକୀୟ ପଡିଲେ ସେମାନଙ୍କୁ ପୁଣି ରିମାଣ୍ଡରେ ଅଣାଯିବ ବୋଲି ଏଏସ୍ପି ଶ୍ରୀ ରାଉତରାଏ ସୂଚନା ଦେଇଛନ୍ତି ।
Related Stories
November 25, 2024