
କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଅଦାଲତ୍ ନିକଟରେ ଥିବା ହଜରତ୍ ସୟଦ୍ ମନ୍ସୁର ବାବାଙ୍କ ବାର୍ଷିକ ଉର୍ସ ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଆୟୋଜିତ ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ଖ୍ୟାତାନାମା ମୈାଲବୀମାନେ ଯୋଗଦେଇ ଇସ୍ଲାମ୍ ଧର୍ମ ସଂପର୍କରେ ବକ୍ତବ୍ୟ ରଖିôବା ସହ ହଜରତ୍ ସୟଦ୍ ମନ୍ସୁର ବାବାଙ୍କ ଜିବନୀର ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ବକ୍ତବ୍ୟ ରଖିଥିôଲେ । କେନ୍ଦ୍ରାପଡା ସହର ତଥା ଅନ୍ୟାନ୍ୟ ସାହିବସ୍ତିରୁ ଶ୍ରଦ୍ଧାଳୁମାନେ ଶୋଭାଯାତ୍ରାରେ ଆସି ବାବାଙ୍କ ମଝାର ଉପରେ ଚାଦର ଚଢାଇଥିଲେ । ଏହି କାର୍ଯ୍ୟକ୍ରମରେ ଉର୍ସ କମିଟିର ସଭାପତି ସେକ୍ ଗୟାସୁଦ୍ଦିନ୍ ବଲବନ୍, ସଂପାଦକ ସେକ୍ ସାବିର୍ (ଝୁନୁ), ହାଜି ସେକ୍ ବରକାତୁଲ୍ଲା, ସେକ୍ ସଲ୍ଲାଉଦ୍ଦିନ୍, ଶିବ ପ୍ରସାଦ ସାହୁ, ସେକ୍ ଜବିଉଲ୍ଲା, ସେକ୍ ସୋଲେମାନ୍, ସେକ୍ ମେହେମୁଦ୍, ସେକ୍ ଆବାଦି ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଦୁଇଦିନ ଧରି ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ନିଶ୍ଲୁକ ଭୋଜନ ବିତରଣ କରାଯାଇଛି । ଏହି ଧାର୍ମିକ କାର୍ଯ୍ୟରେ ଉଭୟ ସଂପ୍ରଦାୟର ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ ।