ବ୍ରହ୍ମପୁର: କେରଳରୁ ପ୍ରବାସୀମାନେ ଅପରେସନ ଶୋଭାଯାତ୍ରା ନାମକ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଓଡ଼ିଶାର ଗଞ୍ଜାମକୁ ଫେରୁଛନ୍ତି । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପାଖାପାଖି ୧୧୫୦ ଜଣ ରହିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଦକ୍ଷିଣ ଓଡ଼ିଶାର ୬ଟି ଜିଲାର ମୋଟ ୫୧୧ ଜଣ ଓଡ଼ିଆ ଶ୍ରମିକ ରବିବାର ଭୋରୁ ବ୍ରହ୍ମପୁର ନିକଟସ୍ଥ ଜଗନ୍ନାଥପୁର ଷ୍ଟେସନ ଠାରେ ଓହ୍ଲାଇବେ । ଏହାପରେ ୨୧ଟି ବସ୍ ଯୋଗେ ଶ୍ରମିକମାନଙ୍କୁ ନିଜ ନିଜ ଅଞ୍ଚଳକୁ ଯିବାର ବ୍ୟବସ୍ଥା କରାଯାଇଛି । ଏନେଇ ରାଜ୍ୟ ସରକାର, ଗଞ୍ଜାମ ଜିଲା ପ୍ରଶାସନ, ପୁଲିସ ଓ ରେଳ ସୁରକ୍ଷା ବଳ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ସୂଚନାଯୋଗ୍ୟ ଯେ, ଦେଶର ଅନ୍ୟ ରାଜ୍ୟ ଭଳି କେରଳରେ ମଧ୍ୟ ଓଡ଼ିଶାର ହଜାର ହଜାର ଶ୍ରମିକ ରହିଥିବା ବେଳେ କରୋନା ମହାମାରି ପରେ ସେମାନେ ଘରକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ଲକ୍ ଡାଉନ ଯୋଗୁ ଆସି ପାରୁନଥିଲେ । ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ଶୁକ୍ରବାର ସନ୍ଧ୍ୟାରେ କେରଳର ଏର୍ଣ୍ଣାକୁଲମ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଅପରେସନ୍ ଶୋଭାଯାତ୍ରା ଖୋର୍ଦ୍ଧା ରୋଡ୍ ଅଭିମୁଖେ ବାହାରିଛି । ଏହି ଟ୍ରେନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରାୟ ୧୧୫୦ ଜଣ ପ୍ରବାସୀ ରହିଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୧୩୧ ଜଣ, କନ୍ଧମାଳ ଜିଲାର ୩୫୩, ରାୟଗଡାର ୧୭, କୋରାପୁଟର ୧, ନବରଙ୍ଗୁପରର ୩ ଜଣ ଓ ବୌଦ୍ଧର ୬ଜଣ ରହିଛନ୍ତି । ଟ୍ରେନଟି ଆନ୍ଧ୍ରପ୍ରଦେଶ ଦେଇ ଆସିବା ପରେ ପ୍ରଥମେ ବ୍ରହ୍ମପୁର ଷ୍ଟେସନ ଠାରୁ କିଛି ଦୂରରେ ଥିବା ଜଗନ୍ନାଥପୁର ଷ୍ଟେସନ ଅଟକି । ଏଥିରେ ବସିଥିବା ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାର ୫୧୧ ଜଣ ଶ୍ରମିକ ପ୍ରବାସୀମାନେ ଉକ୍ତ ଷ୍ଟେଶନ୍ରେ ଓହ୍ଲାଇବେ । ପରେ ଟ୍ରେନ୍ଟଇ ଖୋର୍ଦ୍ଧାରୋଡ ଷ୍ଟେସନରେ ଲାଗିବ । ଏହି ଶ୍ରମିକଙ୍କୁ ଠିକ ଭାବେ ସେମାନଙ୍କ ନିଜ ଅଞ୍ଚଳ କ୍ୱାରେଣ୍ଟାଇନ ସେଣ୍ଟରରେ ପହଞ୍ଚାଇବାକୁ ରାଜ୍ୟ ସରକାର ତଥା ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗଞ୍ଜାମ ଜିଲା ଦାୟୀତ୍ୱରେ ଥିବା ବରିଷ୍ଠ ଆଇଏଏସ ଅଧିକାରୀ ଜି.ମାଥିଭାଥନ ଶନ଼ିବାର ଅପରାହ୍ନରେ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଏସ୍ପି ବ୍ରିଜେଶ ରାୟ, ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ପ୍ରମୁଖ ମଧ୍ୟ ଷ୍ଟେସନରେ ପହଞ୍ôଚ ସ୍ଥିତି ଅନୁଧ୍ୟାନ କରିଥିଲେ । ଶ୍ରମିକମାନେ ଷ୍ଟେସନରେ ଓହ୍ଲାଇବା ପରେ ସେମାନଙ୍କୁ ନିଜ ନିଜ ଅଞ୍ଚଳକୁ ନେବାକୁ ମୋଟ ୨୧ଟି ବସ୍ ପ୍ରସ୍ତୁତ ହୋଇ ରହିଛି । ପ୍ରଥମେ ଶ୍ରମିକଙ୍କୁ କିଛି ଜଳଖିଆ ଦିଆଯିବା ପରେ ସେମାନଙ୍କୁ ନିଜ ଅଞ୍ଚଳରେ ବସରେ ବସାଯିବ । କେରଳରେ ହିଁ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ଯାୟ୍ଚ ହୋଇଥିବାରୁ ଏଠାରେ ସ୍ୱାସ୍ଥ୍ୟବସ୍ଥା ନକରି ସିଧା କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଯିବ ବୋଲି ସୂଚନା ମିଳିଛି ।
Related Stories
November 25, 2024