ବ୍ରହ୍ମପୁର: କୁକୁଡାଖଣ୍ଡି ତହସିଲ ଅଞ୍ଚଳରେ ଲକ୍ ଡାଉନ୍ ସମୟରେ ତହସିଲଦାର ଡା. ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର ନକଲି ମଦ କାରବାର ଓ ବ୍ୟବସାୟୀଙ୍କୁ ସେମାନଙ୍କର ବ୍ୟବସାୟ ଉପରେ ରୋକ୍ ଲଗାଇବାରେ ସକ୍ଷମ ହୋଇଛନ୍ତି । ଶନିବାର ଦିନ ଅନ୍ତେଇ ଓ ବନ୍ଥପଲ୍ଲୀ ଅଞ୍ଚଳରେ ତହସିଲଦାର ପାଟ୍ରୋଲିଂ କରିବା ସମୟରେ ପୃଥ୍କ ପୃଥ୍କ ୨ଟି ମୋଟର ସାଇକେଲ୍ରେ ୪୦ଲିଟର ଦେଶୀ ମଦ ନେଇ ଯାଉଥିବା ୩ଜଣଙ୍କୁ ଯାଞ୍ଚ ବେଳେ ଧରିଥିଲେ । ପରେ ଅବକାରୀ ବିଭାଗକୁ ଖବର ଦେବାପରେ ଅବକାରୀ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ତହସିଲଦାର ଉକ୍ତ ମଦ ଜବତକରି ଭିନ୍ନ ଭିନ୍ନ ୨ଟି ମାମଲା ରୁଜୁ କରିଥିବା ଜଣାପଡିଛି ।
Related Stories
November 25, 2024