ବ୍ରହ୍ମପୁର: ରାଜ୍ୟ ବାହାରୁ ଯେଉଁମାନେ ଜିଲ୍ଲାକୁ ଫେରୁଛନ୍ତି ସେମାନଙ୍କୁ ଚିହ୍ନଟ କରି ଯେପରି କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖାଯାଇପାରିବ ଏଥିପାଇଁ ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ଲୋକମାନେ ଟ୍ରେନ୍, ବସ୍, ୪ଚକିଆ ଯାନ ଏବଂ ମୋଟର ସାଇକେଲ୍ରେ ଫେରୁଛନ୍ତି । ସେ ଅନୁଯାୟୀ ସେମାନଙ୍କୁ ଜିଲ୍ଲା ସୀମାରେ ରେଜିଷ୍ଟ୍ରିଭୁକ୍ତ କରିବା ସହିତ ହାତରେ ଅଲିଭା କାଳି ସଙ୍କେତ ଦିଆଯିବ । କେବଳ ଗଞ୍ଜାମ ଜିଲ୍ଲାର ଲୋକଙ୍କୁ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖାଯିବ । ଅନ୍ୟ ଜିଲ୍ଲାର ଲୋକମାନଙ୍କୁ ସେମାନଙ୍କ ଜିଲ୍ଲାକୁ ପଠାଇ ଦିଆଯିବ । କରୋନା ମୁକାବିଲାରେ ଗଞ୍ଜାମ ଜିଲ୍ଲା ଗ୍ରୀନ୍ ଜୋନ୍ ଶ୍ରେଣୀରେ ଆସୁଥିବାରୁ ଏହି ଧାରା ବଜାୟ ରଖିବା ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି । ଏଥିପାଇଁ ଲକ୍ଡାଉନ୍ରେ କିଛିଟା ରିହାତି ଦିଆଯାଉଥିଲେ ମଧ୍ୟ ପାଳନ କଡାକଡି ରହିବ । ଯେଉଁମାନେ କ୍ୱାରେଣ୍ଟାଇନ୍ରେ ରହିବେ ସେମାନଙ୍କ ପ୍ରତ୍ୟେହ ହାଜିରା ନିଆଯିବା ସହିତ ଦୁଇଥର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସାମାଜିକ ଦୂରତା ଭାଙ୍ଗିଲେ ଜୋରିମାନାର ସମ୍ମୁଖିନ ହେବ । ଧାର୍ମିକସ୍ଥଳ, ଖେଳପଡିଆ ଓ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ଅଞ୍ଚଳରେ କଟକଣା ସମ୍ପୂର୍ଣ୍ଣ ବଳବତ୍ତର ରହିବ । ଯେଉଁମାନେ ରାଜ୍ୟ ବାହାରକୁ ଯିବେ କିମ୍ବା ରାଜ୍ୟ ବାହାରୁ ଆସିବେ ତାଙ୍କ ପାଇଁ ଜିଲ୍ଲାପାଳଙ୍କ ଅନୁମତି ଅପରିହାର୍ଯ୍ୟ । ଏଥିପାଇଁ ପୌର ପରିଷଦ ନିର୍ବାହୀ ଅଧିକାରୀ, ସ୍ଥାନୀୟ ତହସିଲଦାର କିମ୍ବା ବିଡିଓ ଦରଖାସ୍ତ ସଂଗ୍ରହ କରି ଜିଲ୍ଲାପାଳଙ୍କୁ ପାଖକୁ ପଠାଇପାରିବେ । ଏହି ବୈଠକରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବ୍ରହ୍ମପୁର ଉପଜିଲ୍ଳାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
Related Stories
November 25, 2024