
ଭଦ୍ରକ – ଗତକାଲି ସନ୍ଧ୍ୟାରେ ଓଟିଭି ପକ୍ଷରୁ ‘ଓଡ଼ିଶା ସିଟିଜେନସ୍ ଆଓ୍ବାର୍ଡ ୨୦୧୯’ ପ୍ରଦାନ କରାଯାଇଛି। ଚଳିତବର୍ଷ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୯ ଜଣ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବାବେଳେ କଳା ଓ ସଂସ୍କୃତି କ୍ଷେତ୍ର ଲାଗି ମୋଗଲ ତାମସାର ନିଦ୍ର୍ଧେଶକ ତଥା ଭଦ୍ରକ ମାଟିର ସନ୍ତାନ ବାଦଲ ସିକ୍ଦାରଙ୍କୁ ଓଡ଼ିଶା ସିଟିଜେନସ୍ ଆଓ୍ବାର୍ଡ ୨୦୧୯ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ େଯାଗଦେଇଥିବାବେଳେ ବିଜେଡି ରାଷ୍ଟ୍ରୀୟ ଉପାଧ୍ଯକ୍ଷ ବୈଜୟନ୍ତ ପଣ୍ଡା, ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି େଯାଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଟେଲିଭିଜନ ନେଟ୍ଓ୍ବାର୍କର କୋ ଫାଉଣ୍ଡର ତଥା ନିଦ୍ର୍ଧେଶିକା ଜଗି ମଙ୍ଗତ ପଣ୍ଡା ମଧ୍ଯ ଉପସ୍ଥିତ ଥିଲେ। ନିକଟରେ ଚଚ୍ର୍ଚାକୁ ଆସିଥିବା ଟିଟିଲାଗଡର ଦିବ୍ୟାଙ୍ଗ ଛାତ୍ରୀ ରୋହିଣୀ ଛୁରା ଓ ବଲାଙ୍ଗୀରର ଧୁଡୁକି ବାଦକ ପବିତ୍ର ଦଣ୍ଡସେନା ଏହି କାର୍ଯ୍ୟକ୍ରମରେ ସଂଗୀତ ପରିବେଷଣ କରିଥିଲେ। ତେବେ ଶ୍ରୀ ସିକ୍ଦାରଙ୍କୁ ଏହି ଆଓ୍ବାର୍ଡ ମିଳିବା ପରେ ରାଜ୍ୟର ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଚାଲିଛି।