
ବ୍ରହ୍ମପୁର: ଗଞ୍ଜାମ ପୋଲିସ ଜିଲ୍ଲା ଚମାଖଣ୍ଡି ଥାନା ଅଧିନସ୍ଥ ମାଣ୍ଡିଆପଲ୍ଲୀ ହନୁମାନ ମନ୍ଦିର ପଛପଟେ ଦୀର୍ଘଦିନଧରି ଚାଲିଥିବା ଏକ ଜୁଆଡ୍ଡାରେ ଉପରେ ପୋଲିସ ଚମାଉକରି ୧୦ଜଣ ଜୁଆଡ୍ଡିକୁ ଗିରଫ କରିବା ସହ ୮୫ହଜାର ୫୦୦ଟଙ୍କା,୧୭ଟି ମୋଟର ସାଇକେଲ୍ ଓ ୧୦ଟି ମୋବାଇଲ୍ ଜବତ କରିଥିବା ଜଣାପଡିଛି । ଜୁଆଖେଳ ଚାଲିଥିବା ବେଳେ ଗଞ୍ଜାମ ଏସ୍ପି ବ୍ରିଜେଶ ରଏଙ୍କ ନିକଟରେ ଖବର ପହଞ୍ôଚବାପରେ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଚମାଖଣ୍ଡି ପୋଲିସ ସ୍ୱତନ୍ତ୍ର ପୋଲିସ ଟିମ୍ ନେଇ ନାଟକୀୟ ଢ଼ଙ୍ଗରେ ଉକ୍ତ ଜୁଆଡ୍ଡା ଉପରେ ଚଢ଼ାଉ କରିଥିଲା । ତେବେ ଜୁଆ ଚଳାଉଥିବା ମାଷ୍ଟର ମାଇଣ୍ଡର ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଥିବା ବେଳେ ତାଙ୍କର ସହଯୋଗୀ ବ୍ରହ୍ମପୁର ଟାଉନ୍ ଥାନା ଅଞ୍ଚଳର ବାସୁଦେବ ପରିଡା, ନିଳାମ୍ବର ବିଷୋୟୀ, ସଦର ଥାନା ଇଲାକାର ଭୋଳାନାଥ ପାତ୍ର, ବୈଦ୍ୟନାଥପୁର ଥାନା ଇଲାକାର ପ୍ରଭାତ କିରଣ ନାୟକ, ନିଳମାଧବ ପଣ୍ଡା, ବହବଜାର ଥାନା ଇଲାକାର ସୀମାଞ୍ଚଳ ଗୌଡ, ଜଗୁ ପ୍ରଧାନ, ପି.ରମେଶ, ଗୋଷାଣୀନୂଆଗାଁ ଥାନା ଇଲାକାର ଅଭିମନ୍ୟୁ ନାୟକ, ଛତ୍ରପୁରର ନିରଞ୍ଜନ ପଟ୍ଟନାୟକଙ୍କୁ ଗିରଫ କରିଥିବା ଜଣାପଡିଛି । ଜୁଆଖେଳକୁ ନେଇ ଚମାଖଣ୍ଡି ଥାନା କେଶ୍ ନମ୍ବର ୫୭/୨୦ରେ ମାମଲା ରୁଜୁ କରିଥିବା ଜଣାପଡିଛି ।