ପୁରୀ, ବୈଶ୍ୱୟିକ ମହାମାରୀ କରୋନା କଟକଣା ତାଲା ବନ୍ଦ ଯୋଗୁଁ ପୁରୀ ରେ ୧୫ ଜଣ ଗୁଜରାଟି ତୀର୍ଥଯାତ୍ରୀ ଅଟକି ରହିଥିଲେ । ଦୀର୍ଘ ୪୫ ଦିନ ବ୍ୟକ୍ତିଗତ ଉଦ୍ୟମରେ ସଂଘର୍ଷ କରି ଫେରିବାର ସମସ୍ତ ଆଶା ହରେଇ ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖା ର ସଚିବ ଶ୍ରୀମତୀ ସୁପ୍ରୀତି ରଥ ଙ୍କ ସହିତ ଯୋଗାଯୋଗ କରିବାରେ, ପରିଷଦ ପୂର୍ବ କ୍ଷେତ୍ରର ରାଷ୍ଟ୍ରୀୟ ସଚିବ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ଓ ପୁରୀ ସେବା ସମିତି ର ସହ ସଂପାଦକ ସୈାମେନ୍ଦ୍ର ଦାସ ସେମାନଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନା କ୍ରମେ ସେମାନେ ଗୁଜରାଟର ଭଲସାଦ, ସୁରଟ, ରାଜକୋଟ ଓ ଜାମନଗରରେ ଅଧିବାସୀ । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସିଥିଲେ। ସେମାନଙ୍କ ନିକଟରେ ଥିବା ସମସ୍ତ ପଇସା ମଧ୍ୟ ସରିଯାଇଥିଲା । ଖାଦ୍ୟ ମଧ୍ୟ ନାହିଁ । ସେମାନେ କେମିତି ନିଜ ଘରକୁ ଫେରିବେ ଲୁହ ଛଳ ଛଳ ହୋଇ ହାତ ଧରି ପକେଇ ତାଙ୍କ ପାଇଁ କିଛି ସୁବିଧା କରିବା ପାଇଁ ପୁରୀ ସେବା ସମିତି ସ୍ୱଭାଗୃହ ରେ ଅନୁରୋଧ କରିଥିଲେ । ପରିଷଦ ତରଫରୁ ସେମାନଙ୍କ ଅସୁବିଧା ପୁରୀ ଜିଲ୍ଲା ପ୍ରଶାସନ, ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଅବଗତ କରାଯାଇଥିଲା । କେନ୍ଦ୍ର ସରକାର ଙ୍କ ଗୃହ ମନ୍ତ୍ରାଳୟ, ଗୁଜରାଟ ସରକାର ଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଅନିଲ କୁ ମୁକିମ, ଖାଦ୍ୟ ଯୋଗାଣ ମନ୍ତ୍ରୀ,ଜୟସ ରାଡ଼ିୟା,ରାଜକୋଟ ଏ ମ ପି,ମୋହନ ଭାଇ କଲ୍ୟାଣଜି କୁନ୍ଦରୀ ୟଆ ଙ୍କନିକଟକୁ ମଧ୍ୟ ପତ୍ରାଚାର କରି ଅବଗତ କରାଯାଇଥିଲା । କିନ୍ତୁ ପୁରୀ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ସହଯୋଗରେ ଦୀର୍ଘ ୪୮ ଦିନ ଅଟକି ରହିଥିବା ୧୫ ଜଣ ତୀର୍ଥଯାତ୍ରୀ ଶ୍ରୀ
୧ଅଶ୍ୱିନୀ ମନିହାର
୨ ନିତିନ ଯଯାଲ
୩ ରାଧେଶ୍ୟାମ ବାଘେଡ଼ର
୫ ନିଲେଶ ନୁକୁମ
୬ ବଲଭ ଭାଇ ନୁକୁମ
୭ ସିଧିବେନ ନୁକୁମ
୮ କିରଣ ଭାଇ ହୋଣ୍ଡା
୯ ମୋହନ ଭାଇ ଦୁଲାଣି
୧୦ ସୁନ୍ଦରିବେନ ଲଲବନି
୧୧ ମନୀଷା ରାଜୁ ହଲପାତି
୧୨ଅଭିଷେକ ରାଜେ ହାଲପାତି
୧୩ ନୈତିକ
୧୪ ରୂପବତୀ ପଣ୍ଡା
୧୫ ଅର୍ଥତ ମହାପାତ୍ର
ଆଜି ନିଜ ଘରକୁ ଫେରିଛନ୍ତି । ପ୍ରଥମେ ଗୋପବନ୍ଧୁ ଆୟୂର୍ବେଦ ମହାବିଦ୍ୟାଳୟ କୋଭିଡ କେନ୍ଦ୍ର ରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା, ତୀର୍ଥଯାତ୍ରୀ ମାନେ ମଧ୍ୟ ଯେଉଁ ଗାଡ଼ିରେ ଯିବେ ସେ ଗାଡିର ଗାଡ଼ି ଚାଲକ ଙ୍କ ସ୍ୱାସ୍ଥ୍ୟ ପରିକ୍ଷା ମଧ୍ୟ କରାଯାଇଥିଲା । ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ୍ଣ ଠିକ୍ ଥିବା ଜାଣି ଜିଲ୍ଲା ପ୍ରଶାସନ ସେମାନଙ୍କୁ ଯିବାପାଇଁ ଅନୁମତି ଦେବା ସହିତ ଗାଡ଼ି ପାସ ମଧ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶାସନର ଦୁଇ ବରିଷ୍ଠ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁକ୍ତ ପ୍ରଦୀପ ସାହୁ ,ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସଓ ଉପ ଜିଲ୍ଲାପାଳ ଶ୍ରୀ ଯୁକ୍ତ ଭବତରଣ ସାହୁ ଉକ୍ତ ପାସ ଶ୍ରୀ ନିଲେସ ଜୀ ଙ୍କୁ ପ୍ରଦାନ କରିଥିଲେ । ଏହି ତୀର୍ଥଯାତ୍ରୀ ମାନେ ନିଜ ସ୍ଥାନରେ ପହଞ୍ଚିବା ପାଇଁ ଦୁଇ ଦିନ ସମୟ ଲାଗିବ। ଦୁଇ ଦିନ ପାଇଁ ପରିଷଦ ତରଫରୁ ଶୁଖିଲା ଖାଦ୍ୟ ଓ ପିଇବା ପାଣି ଆଦି ପ୍ରଦାନ କରାଯାଇଥିଲା । ତୀର୍ଥଯାତ୍ରୀ ମାନେ ଭାବ ବିହ୍ୱଳ ପରିଷଦର ସୈମେନ୍ଦ୍ର ଭାଇ ଓ ପୂର୍ଣ୍ଣ ଭାଇ ଆମ ପାଇଁ ସ୍ୱୟଂ ଜଗନ୍ନାଥ ଭଗବାନ ବୋଲି କହିଥିଲେ । ଜିଲ୍ଲା ପ୍ରଶାସନ ସହଯୋଗ ନିମନ୍ତେ ଭାରତ ବିକାଶ ପରିଷଦ ତରଫରୁ ସଭାପତି ପଦ୍ମନାଭ ପଣ୍ଡା,ଶରତ ଚନ୍ଦ୍ର ଜୟସିଂହ,ରାମଚନ୍ଦ୍ର ଦଳାଇ କୃତଜ୍ଞତା ଜ୍ଞାପନ କରିଥିଲେ ।