ବ୍ରହ୍ମପୁର:ମହାରଷ୍ଟ୍ରର ପାଲଘର ସାଧୁ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିକରି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଜରିଆରେ ମହାମହୀମ ରଷ୍ଟ୍ରପତିଙ୍କୁ ବିଶ୍ୱହିନ୍ଦୁ ପରିଷଦ ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବୀ ପତ୍ରରେ ଗତ ଅପ୍ରେଲ ୧୬ରେ ପାଲଘର ନିକଟସ୍ଥ ଚିଞ୍ଚୋଲିଠାରେ ଜୁନା ଆଖଡାର ବର୍ଷିୟାନ ସାଧୁ ସନ୍ଥ ଗିରଜୀ ମହାରାଜ , ଓ ସନ୍ଥ ଶ୍ରୀ ସୁଶିଲ ଗିରଜୀ ମହାରାଜ ଓ ତାଙ୍କ ଡ୍ରାଇଭରଙ୍କୁ ଅତ୍ୟନ୍ତ ନିର୍ମମ ହତ୍ୟା ଘଟଣାର ନିରପେକ୍ଷ ଦତନ୍ତ ଦାବୀ କରି ଗଞ୍ଜାମ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବଙ୍କୁ ଏହି ଦାବୀ ପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବୀପତ୍ର ପ୍ରଦାନ ସମୟରେ ବିଶ୍ୱହିନ୍ଦୁ ପରିଷଦର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଡା. ଭବାନୀ ଶଙ୍କର ଦାସ , ସଂପାଦକ ଡା. ଅରୁଣ ପ୍ରସାଦ ପାଢୀ , ସହ ସଂପାଦକ ରାଜୀବ ଖାଡଙ୍ଗା , ବଜରଙ୍ଗ ଦଳର ବିଭାଗ ସଂଯୋଜକ ଗୌତମ ମହାରଣା ଉପସ୍ଥିତ ଥିଲେ ।
Related Stories
November 25, 2024