
ଭଦ୍ରକ – ଭଦ୍ରକ ସହରର ବନ୍ତଛକ ନିକଟ ମାଛହାଟ ଠାରେ ଥିବା ମାଇକ୍ରୋ ଫାଇନାନ୍ସର ବହୁତଳ କୋଠାରେ ଆଜି ପୁଣି ଏକ ଅଜଣା ଯୁବକର ମୃତଦେହ ଉଦ୍ଧାର ହୋଇଛି। ଏଠାରେ ସୂଚନାେଯାଗ୍ୟ ରାଜ୍ୟର ଅନ୍ୟ ଚିଟ୍ଫଣ୍ଡ ଭଳି ମାଇକ୍ରୋ ଫାଇନାନ୍ସ କଳା ତାଲିକାଭୁକ୍ତ ହେବାପରେ ନିର୍ମାଣାଧୀନ ଏହି କୋଠାଟି ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଏହାର ଚତୁଃପାଶ୍ର୍ବରେ ବୁଦୁବୁଦିଆ ଜଂଗଲ ହୋଇଯାଇଥିବାବେଳେ ଏହାମଧ୍ଯମରେ ବହୁ ବେନାମୀ ଓ ବେଆଇନ୍ କାରବାର ଚାଲୁଛି। ବିଶେଷକରି ନିଶାଡି ମାନଙ୍କର ଆଡ୍ଡାସ୍ଥଳୀରେ ଏହା ପରିଣତ ହୋଇଥିବାବେଳେ ନିକଟ ଅତୀତରେ ଏହାମଧ୍ଯରେ ଏକ ହତ୍ୟାକାଣ୍ଡ ସହ ଜଣେ ଆତ୍ମହତ୍ୟା ମଧ୍ଯ କରିଥିଲା। ତେବେ ଆଜି ସହରାଳ ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ଏହା ମଧ୍ଯରୁ େଯଉଁ ଅଜଣା ବ୍ୟକ୍ତିଟିର ଶବ ଉଦ୍ଧାର କରିଛି, ତାହାର ଅବସ୍ଥାରୁ ଏହା ଏହା ୪/୫ ଦିନର ବୋଲି ଜଣାପଡିଛି। ମୃତ ବ୍ୟକ୍ତି ଜଣକ ସାର୍ଟ ଓ ଲୁଙ୍ଗି ପିନ୍ଧିଥିବାରୁ ସେ ଆଦିବାସୀ ଥାଇ ଶ୍ରମିକ ଶ୍ରେଣୀର ବୋଲି ଅନୁମାନ କରାଯାଉଛି। ମାତ୍ର ତାର ବେକରେ ଲାଗିଥିବା ଦଉଡିଟି କାନ୍ଥର ମାତ୍ର ୪-୫ ହାତ ଉଚ୍ଚତାରେ ଥିବା ଇଟା ଖୋପରେ ବନ୍ଧାଯାଇଥିବାବେଳେ ମୃତ ବ୍ୟକ୍ତିଜଣକ ଆଣ୍ଠୁମାଡି ବସିଥିବା ଅବସ୍ଥାରେ ରହିଛି। ଏଣୁ ଏହା ଏକ ଫାସୀ ଜନିତ ମୃତୁ୍ୟ ନହୋଇ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ଜଣାପଡୁଛି। ପୁଲିସ୍ ଏବେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏବଂ ଶବଟିକୁ ଜିଲା ମୁଖ୍ୟ ଚିକିସôାଳୟକୁ ପଠାଇ ବ୍ୟବଚ୍ଛେଦ କରାଇଛି। ତେବେ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ଏଭଳି କୋଠାଟିରେ ବାରମ୍ବାର ଅସାମାଜିକ କାର୍ଯ୍ୟ ଓ ହତ୍ୟା ଭଳି ଘଟଣା ଘଟୁଥିବାରୁ ଏହାକୁ ସିଲ୍ କରିଦେବା ପାଇଁ ଦାବି ହୋଇଆସୁଥିଲେ ବି ପୁଲିସ୍ ନୀରବ ରହିବା ପୁଣିଥରେ ଆଉ ଏକ ହତ୍ୟାକାଣ୍ଡକୁ ପ୍ରୋସôାହନ ଦେଇଛି ବୋଲି ସାଧାରଣରେ ଚଚ୍ର୍ଚା ହେଉଛି। ବିଶେଷକରି ଏହି କୋଠାଟି ନିକଟରେ ସରକାରୀ ବାଳିକା ବିଦ୍ୟାଳୟ ଓ ହଷ୍ଟେଲ ରହିଥିବାରୁ ଛାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି। କାରଣ ଅନେକ ସମୟରେ ନିଛାଟିଆ ଖରାବେଳ ଓ ସନ୍ଧ୍ୟାରେ ଏହି କୋଠାରୁ ଥାଇ ବହୁ ଅସାମାଜିକ ବ୍ୟକ୍ତି ସେମାନଙ୍କ ପ୍ରତି ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିବାର ଅଭିେଯାଗ ପୁଲିସ୍ ନିକଟରେ ରହିଛି। ତେବେ ଆଜିର ଏହି ମୃତଦେହ ମିଳିବା ପଛରେ େଯଉଁ ରହସ୍ୟ ରହିଥିଲେ ମଧ୍ଯ ଏହାର ପାରିପାଶ୍ର୍ବିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ବୋଲି କୁହାଯାଉଛି। ଭଦ୍ରକ ସହରାଳ ଥାନାଧିକାରିଣୀ ସରୋଜିନୀ ସିଂଙ୍କ ସମେତ ଖୋଦ୍ ଏସ୍ଡିପିଓ ଓ ଏସ୍ପି ଏହାର ତଦନ୍ତ ଆରମ୍ଭ କରିଛନ୍ତି।