-
ରାସ୍ତାରେ ୧୭ଟି ଗାଡିରେ ଶତାଧିକ ଆସୁଛନ୍ତି ୨୫ଟି ଗାଡି ବାହାରିବା ପାଇଁ ପ୍ରସ୍ତୁତ
ବ୍ରହ୍ମପୁର : ୩ଦିନର ଯାତ୍ରାପରେ ଗୁଜୁରାଟର ସୁରଥ ଜିଲ୍ଲାରୁ ରାୟପୁର ହୋଇ ବୌଦ୍ଧ, କନ୍ଧମାଳ ଦେଇ ଗଞ୍ଜାମରେ ପହଞ୍ôଚଛନ୍ତି ସୁରଥ ଫେରନ୍ତା । ଗଞ୍ଜାମ-କନ୍ଧମାଳ ବୋର୍ଡରରୁ ଗଞ୍ଜାମ ପୋଲିସ ଓ ପ୍ରଶାସନ କଡା ନିରାପଦାରେ ସେମାନଙ୍କୁ ଧରାକୋଟ ଓ ଶେରଗଡ ବ୍ଲକ୍ରେ ପହଞ୍ଚାଇଥିଲେ । ଗତ ୨୭ତାରିଖ ଦିନ ଗୁଜୁରାଟର ସୁରଟ ସହରରୁ ୪ଟି ବସ୍ରେ ୨୧୭ଜଣ ବାହାରିଥିବା ବେଳେ ବୁଧବାର ମଧ୍ୟରାତ୍ରୀରେ ଧରାକୋଟ ଓ ଶେରଗଡ ବ୍ଲକ୍ର ସଙ୍ଗରୋଧ କେନ୍ଦ୍ରରେ ପହଞ୍ôଚଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କରିଥିବା ଟ୍ୱିଟ୍ରୁ ଜଣାପଡଛି । ଗୁଜୁରାଟରୁ ମିଳିଥିବା ସୂଚନା ପ୍ରକାରେ ବୁଧବାର ରାତ୍ରରେ ଉଦୁନାରୁ ୪ଟି ବସ୍ରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଗଞ୍ଜାମ ଅଭିମୁଖେ ବାହାରିଥିବା ବେଳେ ଗୁରୁବାର ସନ୍ଧ୍ୟା ସୁଦ୍ଧା ପାଣ୍ଡେସରା ଅଞ୍ଚଳରୁ ୧୩ଟି ବସ୍ରେ ଶତାଧିକ ପ୍ରବାସୀ ଗଞ୍ଜାମ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଜଣାପଡିଛି । ଶୁକ୍ରବାର ଦିନ ଗୁଜୁରାଟର ବିଭିନ୍ନ ଅଞ୍ଚଳରୁ ଆହୁରି ୨୫ଟି ଗାଡି ବାହାରିବା ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟ ଜଣାପଡିଛି ।
ତେବେ ଶେରଗଡ ଅଞ୍ଚଳକୁ ଆସିଥିବା ସୁରଥ ଫେରନ୍ତାମାନଙ୍କୁ ଶେରଗଡ ଆଦର୍ଶ ବିଦ୍ୟାଳୟରେ ପୂର୍ବରୁ ପ୍ରସ୍ତୁତ ୨୫ଟି କୋଠରୀରେ ୧୧୪ଜଣଙ୍କୁ ରଖାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଆସିଥିବା ୭ଜଣ ମହିଳାଙ୍କ ଲାଗି ସ୍ୱତନ୍ତ୍ର ରୁମର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ସଙ୍ଗରୋଧ କେନ୍ଦ୍ରରେ ପହଞ୍ôଚବା ପରେ ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଥିଲା । ସକାଳେ ସେମାନଙ୍କ ଜଳଖିଆ ଲାଗି ଉପମା ଦିଆଯାଇଥିଲା । ଶେରଗଡ ମେଡିକାଲ ଟିମ୍, ଅଙ୍ଗନୱାଡି, ସ୍ୱାସ୍ଥ୍ୟକର୍ମୀ ପ୍ରମୁଖ ସଙ୍ଗରୋଧ କେନ୍ଦ୍ରରେ ପହଞ୍ôଚ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସେମାନଙ୍କ ମଧ୍ୟରୁ ୭ଜଣଙ୍କୁ ଥଣ୍ଡା, କାଶ, ଜ୍ୱର ଥିବା ହେତୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲକୁ ପଠାଯାଇଥିବା ଜଣାପଡିଛି । ସେମାନଙ୍କ ଖାଇବା ଲାଗି ଏକ ମେନୁ ପ୍ରସ୍ତୁତ କରାଯାଇଛି । ସଙ୍ଗରୋଧ କେନ୍ଦ୍ରକୁ ଶେରଗଡ ପୋଲିସ କଡା ନଜର ରଖିବା ସହ ସଙ୍ଗରୋଧ କେନ୍ଦ୍ରକୁ ପ୍ରଶାସନିକ ଅଧିକାରୀଙ୍କ ବ୍ୟତୀତ ସମସ୍ତଙ୍କୁ ଯିବା ପାଇଁ ବାରଣ କରାଯାଇଛି । ଘଟଣା ଲେଖାହେବା ବେଳକୁ ପରୀକ୍ଷା କରିବାକୁ ଯାଇଥିବା ୭ଜଣ ସୁରତ ଫେରନ୍ତା ସଙ୍ଗରୋଧ କେନ୍ଦ୍ରକୁ ଫେରିନଥିବା ଜଣାପଡିଛି । ସେହିଭଳି ଧରାକୋଟ ବ୍ଲକ୍ କୁସଗୁମା ଆଦର୍ଶ ବିଦ୍ୟାଳୟରେ ୧୦୩ଜଣ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ଜଣ ଥଣ୍ଡା, ଜ୍ୱର, କାଶ ଓ ଅନ୍ୟାନ୍ୟ ରୋଗରେ ପୀଡିତ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପଠାଯାଇଥିବା ଜଣାପଡିଛି । ସୁସ୍ଥ ଥିବା ପ୍ରବାସୀଙ୍କୁ ୧୪ଦିନ କ୍ୱରାଣ୍ଟାଇନ୍ରେ ରଖି ତାଙ୍କ ଉପରେ ତୀକ୍ଷଣ ନଜର ରଖାଯିବ । ପ୍ରବାସୀମାନେ ରହୁଥିବା ସଙ୍ଗରୋଧ ଗୃହ ଚାରିପାଶ୍ୱର୍ରେ ଯେପରି ଭିଡ ନରହିବ ସେଥିପ୍ରତି ଯତ୍ନବାନ ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ସଙ୍ଗରୋଧ ଗୃହକୁ ସ୍ଥାନୀୟ ବିଡିଓମାନେ ଜଗି ରହିଥିବା ବେଳେ ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟମାନେ ରହି ସେମାନଙ୍କ ଖାଇବା, ରହିବା ଆଦି ତଦାରଖ କରୁଥିବା ଜଣାପଡିଛି ।