
ବାଲେଶ୍ଵର, (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ଲକ୍-ଡାଉନ୍ ଆରମ୍ଭରୁ ଏଯାବତ ବାଲେଶ୍ଵର ସମେତ ବିଭିନ୍ନ ଅଞ୍ଚଳରେ ଗରିବ ଅସହାୟ ଲୋକଙ୍କୁ ଭୋକଦାଉରୁ ରକ୍ଷା କରି ରନ୍ଧା ଖାଦ୍ୟ ପରଷି ଦେଉଥିବା ଛାତ୍ର ବିଜେଡିର କାର୍ଯ୍ୟକର୍ତ୍ତାମାନେ ଆଜି ମଧ୍ୟ ରନ୍ଧା ଖାଦ୍ୟ ବଣ୍ଟନ କରିଥିବା ଜଣାପଡିଛି।
ସଂପ୍ରତି କରୋନା ମହାମାରୀକୁ ପ୍ରତିହତ କରିବାରେ ଜିଲ୍ଲା ପ୍ରଶାସନ ଓ ସରକାରୀ କଳ ସଂଘର୍ଷ କରୁଥିବା ବେଳେ ମାସାଧିକ କାଳ ଗୃହବନ୍ଦୀ ଥିବା ଗରିବ ଖଟିଖିଆ ଲୋକଙ୍କ ଦୁଃଖ ବାଲେଶ୍ୱର ଜିଲ୍ଲାର ପୂର୍ବତନ ସାଂସଦ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଥିବା ଇଂ ରବୀନ୍ଦ୍ର କୁମାର ଜେନାଙ୍କୁ ବ୍ୟଥିତ କରିଛି। ଅହରହ ଅସହାୟ ଲୋକଙ୍କ କଥା ଚିନ୍ତା କରୁଥିବା ଶ୍ରୀଜେନାଙ୍କ ନିର୍ଦ୍ଦେଶରେ ଜିଲ୍ଲା ଛାତ୍ର ସଭାପତି ସିମନ ଦାସମହାପାତ୍ରଙ୍କ ନେତୃତ୍ୱରେ ସମଗ୍ର ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଗତ ୪୦ ଦିନ ହେବ ସହାୟତା ପ୍ରଦାନ କରାଯାଉଛି। ସେହି କ୍ରମରେ ଆଜି ବାଲେଶ୍ୱରର କରଞ୍ଜିଆ ଗ୍ରାମ ପଞ୍ଚାୟତ ସ୍ଥିତ ଛତୁଆ ପୋଖରୀ ଏବଂ ମେଣ୍ଢାଶୋଳର କାସିମଵାଦ ବସ୍ତିରେ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ସମସ୍ତ ପ୍ରକାରର ବୈଧାନିକ ସତର୍କତା ରକ୍ଷା କରି ପୂର୍ବତନ ଉପନଗରପାଳ ମନୋଜ କୁମାର ରାଉତଙ୍କ ଉପସ୍ଥିତିରେ ୫ ଶହରୁ ଉର୍ଦ୍ଧ୍ବ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି। ଛାତ୍ର ଜନତା ଦଳର ମହାସଚିବ କୁଶାଲ ଚାଟାର୍ଜୀ, ଉପସଭାପତି ସିମନ ସାମଲ, ବିଜୟ ଜେନା, ମନୋରଞ୍ଜନ ମହାରଣା, ଟାଉନ ସଭାପତି ବ୍ରଜ କିଶୋର ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ କିରଣ ନାଥ, ଚନ୍ଦନ ମଳିକ, ଶ୍ରୀକାନ୍ତ ବିଶ୍ୱାଳ, ଶିବ ଶଙ୍କର ଦାସ, ଜଗତ ଜୀବନ ମହାନ୍ତି, ନରୋତ୍ତମ ଦାସ, ଶୁଭମ ନାୟକ, ରାହୁଲ ନାୟକ, ଜଗଦୀଶ ଆଚାର୍ଯ୍ୟ, ସୁଶାନ୍ତ ଦାସ ,ଅମିତ କୁମାର, ଚନ୍ଦ୍ରଭାନୁ ପଟନାୟକ, ସାଜିଦ କାଦରି, ଚିନ୍ମୟ ମହାନ୍ତି ଜୀବନ ମିଶ୍ର, ଶୁଭମ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଆଗାମୀ ଦିନରେ ଏହି ପରି କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲାରେ ଚାଲୁ ରହିବ ବୋଲି ସଭାପତି ଶ୍ରୀଯୁକ୍ତ ଦାସମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।