ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
ଲକ ଡାଉନ କାରଣରୁ ବହୁ ବ୍ୟବସାୟୀ ପ୍ରଭାବିତ ହୋଇ ବର୍ତ୍ତମାନ ଦୁଃଖ କଷ୍ଟରେ ଦିନ କାଟୁଥିବା ବେଳେ ଏବେ କେବଳ ସରକାରୀ ସହାୟତାହିଁ ସେମାନଙ୍କ ପାଇଁ ଭରସା। ଦୋକାନ ବଜାର ସବୁ ବନ୍ଦ ରହିବା ଯୋଗୁଁ ବହୁ ଫୋଟ ଗ୍ରାଫର ରୋଜଗାର ହରାଇ ଘରେ ବସିଛନ୍ତି।ସେମାନଙ୍କ ପାଇଁ ଘର ଭଡ଼ା, କର୍ମଚାରୀ ଙ୍କ ଦରମା, ମାସିକ ଋଣର କିସ୍ତି ପରିଶୋଧ ଓ ପରିବାର ପ୍ରତିପୋଷଣ ମୁଖ୍ୟ ସମସ୍ୟା ସୃଷ୍ଟି କରିଛି। ଏଥିସହ ସମସ୍ତ ବିବାହ, ବ୍ରତ ଓ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଥିବାରୁ ତାହା ମଧ୍ୟ ବନ୍ଦ ରହିଛି।ତେଣୁ ଆଗାମୀ ୬ମାସ ପର୍ଯ୍ୟନ୍ତ ସେମାନଙ୍କ ହାତରେ କୌଣସି କାମ ନାହିଁ।ଫଳରେ ଏବେ ଚିନ୍ତାରେ ପଡିଯାଇଛନ୍ତି ଘୁମୁସର ଫୋଟ ଗ୍ରାଫର ଆସୋସିଏସନ ର ୬୦ଜଣ ସଦସ୍ୟ।ସରକାରୀ ଓ ଘରୋଇ କାର୍ଯ୍ୟକ୍ରମରେ ଜଡିତ ରହି ପେଟ ପୋଷୁଥିବା ଏହି ଫୋଟ ଗ୍ରାଫରମାନେ ଏବେ ନିଜ ଭବିଷ୍ୟତ କୁ ନେଇ ଆଶଙ୍କାରେ ରହିଛନ୍ତି।ତେଣୁ ସରକାରୀ ସହାୟତା ଯୋଗାଇଦେବାକୁ ସଂଘ ତରଫରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ପ୍ରଦାନ କରାଯାଇଛି।