REPORT-BISHNU DUTTA DAS, PURI
ମାସ୍କ କରୋନା ମୁକାବିଲାର ପ୍ରମୁଖ ଅସ୍ତ୍ର । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ଏହି ମହାମାରୀ କୁ ରୋକିବାରେ ସହାୟକ ହେଵ ଵୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସମାଜ ପାଇଁ ସହଯୋଗର ହାତ ବଢ଼ାଇଥିବା ଲିଭିଂଗ ହ୍ୟୁମାନିଟି ପୁରୀ ଲେପ୍ରୋସୀ କଲୋନୀରେ କୁଷ୍ଠ ରୋଗୀଙ୍କୁ ମାସ୍କ ଓ ଚକୋଲେଟ ବଣ୍ଟନ ସହ ସମସ୍ତଙ୍କୁ କରୋନା ସମ୍ପର୍କରେ ସଚେତନ କରାଇଥିଲେ । ଏହି ସ୍ଥାନରେ ପ୍ରତି ୧୫ ଦିନରେ ରୋଗୀମାନଙ୍କ ଘା ସଫା, ଚିକିତ୍ସା, ଔଷଧ ବଣ୍ଟନ ଓ ଅନ୍ୟାନ୍ୟ ସହଯୋଗ କରିଆସୁଛି ଲିଭିଂଗ ହ୍ୟୁମାନିଟି
ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା ଖୋର୍ଦ୍ଧା, ପୁରୀ, ଯାଜପୁର ଇତ୍ୟାଦି ସ୍ଥାନରେ ପୋଲିସ, ସଫେଇ କର୍ମଚାରୀ, ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଓ ଅନ୍ୟାନ୍ୟ ଦୁଃଖୀ, ଅସହାୟଙ୍କୁ ମାସ୍କ, ପିଇବା ପାଣି, ଖାଦ୍ୟ ସାମଗ୍ରୀ, ଚକୋଲେଟ ବଣ୍ଟନ କାର୍ଯ୍ୟ ଚାଲୁଅଛି
ଲିଭିଂଗ ହ୍ୟୁମାନିଟିର ମୂଳଲକ୍ଷ୍ୟ ମଣିଷ ଭିତରେ ଲୁଚି ରହିଥିବା ମାନବିକତା ଵା ମଣିଷପଣିଆ କୁ ଜାଗ୍ରତ କରିବା ଏଵଂ ପୃଥିବୀର ଶାନ୍ତି ଫେରାଇ ଆଣିବା