ଜୟପୁର – କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ କଦମଗୁଡାରେ ହୋଇଥିବା ଡକାୟତି ଘଟଣାରେ ବୈପାରୀଗୁଡା ପୋଲିସକୁ ସଫଳତା ମିଳିଥିବା ଜଣାପଡିଛି l ଆଜି ଚାରି ଜଣ ଦୁର୍ବୃତ୍ତଙ୍କ ସହ ସୁନା ଦୋକାନୀଙ୍କୁ ଜୟପୁର କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଗତ 20/09/2019 ତାରିଖ ଦିନ ଉକ୍ତ ଗ୍ରାମର ଦମନ ପଢିଙ୍କ ଘରେ ଡକାୟତି ହୋଇଥିବା ଘଟଣାକୁ ୨୪ ଘଣ୍ଟା ନ ପୁରୁଣୁ ବୈପାରିଗୁଡା ପୋଲିସ ଅପରାଧିଙ୍କୁ ଧରିବାରେ ସଫଳ ହୋଇପାରିଛି । ଅଭିଯୁକ୍ତ ମାନେ ହେଲେ କୁନ୍ଦୁରା ବ୍ଳକ ଅନ୍ତର୍ଗତ ପ୍ରଧାନୀପୁଟ ଗ୍ରାମର ବୁଦୁରା ପରଜା (୨୫), କୁନ୍ଦୁରା ବ୍ଳକ ଅନ୍ତର୍ଗତ ଦିଗାପୁର ଗ୍ରାମର ଶଙ୍କର ଅଡାରୀ (୨୨), ବୈପାରିଗୁଡା ବ୍ଳକ ଅନ୍ତର୍ଗତ ବଡପଡା ଗ୍ରାମର ସୁରେନ୍ଦ୍ର ପାଙ୍ଗି (୨୪), ବୈପାରିଗୁଡା ବ୍ଳକ ଅନ୍ତର୍ଗତ ବଡପଡା ଗ୍ରାମର ଦୁର୍ଯ୍ୟ ମାଠପଡ଼ିଆ (୨୫) । କେସ ନମ୍ବର 127/2019 ଅନୁଯାୟୀ ଆଇପିସି ଦଫା 457/394 ରେ ଓ ଜୟପୁର ପି.ଆର.ପେଟାର ସୁନା ଦୋକାନୀ ଏଲ. ସୁରି କୁମାରଙ୍କୁ ଆଈପିସି ଦଫା 411 ଅନୁଯାୟୀ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି । ଅଭିଯୁକ୍ତମାନଙ୍କ ଠାରୁ ୩ ଟି ବାଇକ, ୩ ଟି ମୋବାଇଲ, ସୁନାଗହଣା ସହ ନଗଦ ୧୨ ହଜାର ୫ ଶହ ଟଙ୍କା ଜବତ କରାଯାଇଛି । ବୈପାରିଗୁଡା ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ଓ ଏଏସଆଇ ରମେଶ ଦେବତା ଥାନା କର୍ମଚାରୀଙ୍କ ସହଯୋଗରେ ଅପରାଧୀଙ୍କୁ କାବୁ କରିଥିବା ଜଣାପଡିଛି l