ବ୍ରହ୍ମପୁର: ଗତ ସାଧାରଣ ନିର୍ବାଚନରେ ବେଳେ ବ୍ରହ୍ମପୁର ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ହୋଇଥିବା ଭି.ଚନ୍ଦ୍ରଶେଖର ନାଇଡୁ ରାଜ୍ୟ ବାହାରେ ଦିଲ୍ଲୀରେ ରହିଥିଲେ ମଧ୍ୟ ଲକ୍ ଡାଉନ୍ ବେଳେ ବ୍ରହ୍ମପୁର ସହରର ଗରିବଙ୍କୁ ସହାୟତା ପ୍ରଦାନ କରିଛନ୍ତି । ଏଥିରେ ତାଙ୍କ ସହଯୋଗୀ ତଥା କଂଗ୍ରେସର ଜଣେ ଯୁବନେତା ଶିବରାମ ପାତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହକରି ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି । ଗତ ୧୫ଦିନ ହେଲା ସାଂସଦ ପ୍ରାର୍ଥୀ ଚନ୍ଦ୍ରଶେଖର ନାଇଡୁ ଦିଲ୍ଲୀରେ ରହି ଏଠାକାର ଗରିବ ଲୋକଙ୍କ ବିଷୟରେ ଚିନ୍ତାକରି ସେମାନେ କିପରି ଚଳୁଛନ୍ତି ସେ ନେଇ ବୁଝୁଛନ୍ତି । ପରେ ସହରର ହଜାର ହଜାର ଗରିବ ଲୋକଙ୍କୁ ରନ୍ଧନ ଖାଦ୍ୟ ଦେବାସହ ଗରିବଙ୍କ ଛୁଆ ପିଲାଙ୍କ ପାଇଁ ବିସ୍କୁଟ ଏବଂ ଅମୁଲ ଯୋଗାଇବାର ବ୍ୟବସ୍ଥା କରିଥିଲେ । ଏପରିକି ଗଳିକନ୍ଦି ଏବଂ ବସ୍ତିରେ ରହୁଥିବା ଲୋକଙ୍କୁ ସାନିଟାଇଜର ଏବଂ ମାସ୍କ ଦେବାସହ ସେମାନଙ୍କ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇଥିଲେ । ଦିଲ୍ଲୀରେ ରହି ମଧ୍ୟ ଏଠାକାର ଗରିବ ଲୋକଙ୍କ ପାଇଁ ଚିନ୍ତା କରିବା ଯୋଗୁ ସ୍ଥାନୀୟ ଲୋକେ ଶ୍ରୀ ନାଇଡୁଙ୍କୁ ସାଧୁବାଦ ଜଣାଇଛନ୍ତି ।
Related Stories
November 22, 2024