-
ଫେରାଇ ଆଣିବାକୁ ସୋସିଆଲ ମିଡିଆରେ ଆକୁଳ ନିବେଦନ

ବ୍ରହ୍ମପୁର: ଇଞ୍ଜିନିୟରିଂ ଓ ଡାକ୍ତରୀ ହେବାପାଇଁ ରାଜ୍ୟ ବାହାରକୁ ଯାଇ କୋଚିଂ ନେଇ ଯେଉଁମାନେ ସ୍ୱପ୍ନ ଦେଖ୍ôଥିଲେ ସେମାନଙ୍କୁ ଏବେ କରୋନା ଭୁତାଣୁ ସଂକ୍ରମଣକୁ ରୋକ ଦେବାପାଇଁ ଲାଗିଥିବା ଲକ୍ ଡାଉନ୍ କାଳ ହୋଇଛି । ୧ମାସରୁ ଊର୍ଦ୍ଧ୍ୱ ସମୟଧରି ହାତବାନ୍ଧି ବସି ରହିଥିବା ଛାତ୍ରଛାତ୍ରୀ ଓ ପରିବାର ପକ୍ଷରୁ ସୋସିଆଲ ମିଡିଆରେ ନିଜ ଭିଟାମାଟିକୁ ଫେରାଇନେବାକୁ ରାଜ୍ୟ ସରକାରଙ୍କ ନିକଟରେ ଆକୁଳ ବିନତି କରାଯାଇଛି । ସଞ୍ôଚତ ଅର୍ଥ ସରିବାପରେ ଆଗକୁ ସେମାନଙ୍କ ବଞ୍ôଚବା ଅସମ୍ଭବ ହୋଇପଡିଛି । କଷ୍ଟେମଷ୍ଟେ ମାସେ ବିତାଇ ସାରିବାପରେ ଏବେ ଓଡ଼ିଶା ସରକାର ସେମାନଙ୍କୁ ଫେରାଇ ଆଣିବାକୁ ଯୋଜନା କରନ୍ତୁ ବୋଲି ଗଞ୍ଜାମର ୧୦୦ରୁ ଊର୍ଦ୍ଧ୍ୱ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି । ରାଜସ୍ଥାନ ରାଜ୍ୟର କୋଟା ସହର ହେଉଛି ଇଞ୍ଜିନିୟରିଂ ଓ ମେଡିକାଲ୍ ଛାତ୍ରଛାତ୍ରୀଙ୍କ ହବ୍ । ସେଠାରେ ୧ବର୍ଷିୟା କୋର୍ସକରି ଏଣ୍ଟ୍ରାନ୍ସ ଦେଲେ ଇଞ୍ଜିନିୟରିଂ ଓ ଡାକ୍ତର ହେବା ଏକ ପ୍ରକାର ସୁନିଶ୍ଚିତ । ଏହାକୁ ଆଧାରକରି ବ୍ରହ୍ମପୁର ସହରର ୧୦ରୁ ଊର୍ଦ୍ଧ୍ୱ ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ କୋଟା ସହରକୁ ଯାଇ ୧ବର୍ଷୀୟା କୋର୍ସରେ ବିଭିନ୍ନ କୋଚିଂ ସେଣ୍ଟରରେ ନାମ ଲେଖାଇଥିଲେ । ତେବେ କରୋନା ସେମାନଙ୍କୁ କୋଚିଂରେ ବାଧା ଦେଇଛି । ଲକ୍ ଡାଉନ୍ପରେ ସେଠାରେ ରହିବା ଏବେ ସେମାନଙ୍କ ପାଇଁ କଷ୍ଟ ସାଜିଛି । ଦେଶର ବିଭିନ୍ନ ରାଜ୍ୟରୁ କୋଟା ସହରରେ ଲକ୍ଷାଧିକ ଛାତ୍ରଛାତ୍ରୀ କୋଚିଂ ନେଉଥିବା ବେଳେ ବିଭିନ୍ନ ରାଜ୍ୟର ସରକାର ନିଜ ନିଜ ଅଞ୍ଚଳର ବିଦ୍ୟାର୍ଥୀଙ୍କୁ ନେବାପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିସାରିଥିଲେ ମଧ୍ୟ ଓଡ଼ିଶା ସରକାର କରିନଥିବାରୁ କୋଟା ସହରରେ ରହିଥିବା ଛାତ୍ରଛାତ୍ରୀ ଓ ତାଙ୍କ ପରିବାରବର୍ଗ ଅସନ୍ତୋଷ ପ୍ରକାଶ କରି ରାଜ୍ୟ ସରକାରଙ୍କୁ କାକୁତି ମିନତି ହୋଇ ତାଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରିବାକୁ ସୋସିଆଲ ମିଡିଆ ସାହାଯ୍ୟରେ ନିବେଦନ କରିଛନ୍ତି । ଏପରିକି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମଧ୍ୟ ହଜାର ହଜାର ଛାତ୍ରଛାତ୍ରୀ କୋଟା ସହରରେ ଫଶି ରହିଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟିଦେଇ ସେମାନଙ୍କୁ ଆଣିବା ବ୍ୟବସ୍ଥାକଲେ ପରିବାର ଲୋକେ ଉପକୃତ ହେବେ ବୋଲି କୁହାଯାଉଛି । ବର୍ତ୍ତମାନ କୋଟା ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଲାଣି । ତେଣୁ ଏମାନଙ୍କ ଜୀବନୀ ପ୍ରତି ବିପଦ ଥିବା ଉପଲବ୍ଧକରି ସେମାନେ ରାଜ୍ୟ ସରକାରଙ୍କ ନିକେଟରେ ନିବେଦନ କରିଥିବା କୁହାଯାଇଛି ।