ବ୍ରହ୍ମପୁର : ଏଣିକି ପ୍ରତି ସପ୍ତାହରେ ବ୍ରହ୍ମପୁର ସହରର ସମସ୍ତ ଜନସାଧାରଣଙ୍କ ଥର୍ମାଲ ସ୍କ୍ରନିଂ କରିବା ଯୋଜନାରେ ବିଏମ୍ସି । ମହାନଗର ନିଗମର ୪୦ଟି ୱାର୍ଡରେ ବସବାସ କରୁଥିବା ସମସ୍ତ ଘରର ସଦସ୍ୟଙ୍କ ଥର୍ମାଲ ସ୍କ୍ରନିଂ(ଶରୀର ତାପମାତ୍ରା ଯାଞ୍ଚ) ଯଥା ଜ୍ୱର ଅଛିକି ନାହିଁ ତାହାର ତଥ୍ୟ ସଂଗ୍ରହ କରିବା ପାଇଁ ବିଏମ୍ସି କର୍ତ୍ତୃପକ୍ଷ ଗତ ୨୦ତାରିଖ ଦିନ ଏହି ପ୍ରୟାଶ ଆରମ୍ଭ କରିଥିଲେ । ପ୍ରାରମ୍ଭରେ ୧୦ଟି ଟିମ୍କୁ ନେଇ ଏହି ସ୍କ୍ରିନିଂ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଆହୁରି ୭୦ଟି ଟିମ୍ ବିଏମ୍ସି ନିୟୋଜିତ କରିଥିବା କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ସୂଚନା ଦେଇଛନ୍ତି । ପ୍ରତ୍ୟେକ ଦିନ ୫୦ହଜାରରୁ ଊର୍ଦ୍ଧ୍ୱ ଜଣଙ୍କ ଥର୍ମାଲ ସ୍କ୍ରନିଂ କରାଯିବାକୁ ବିଏମ୍ସି ପକ୍ଷରୁ ରୂପରେଖ ପ୍ରସ୍ତୁତକରି କାର୍ଯ୍ୟ ଆରମ୍ଭ ହୋଇଛି । ଶ୍ରୀ ରାଥୋଡଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିଗମର ସ୍ୱାସ୍ଥ୍ୟକର୍ମୀ, ଆଶା, ଏଏନ୍ଏମ୍, ଅଙ୍ଗନୱାଡ଼ି କର୍ମୀଙ୍କୁ ନେଇ ୭୦ଟି ଟିମ୍ ଗଠିତ ହୋଇଛି । ପୂର୍ବରୁ ୧୦ଟି ଟିମ୍ରେ ଡାକ୍ତର ଅନ୍ୟ ସହଯୋଗୀମାନେ ରହିଥିଲେ । ବୁଧବାର କମିଶନରଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ଗତ ୨୦ତାରିଖ ଠାରୁ ୨୯ତାରିଖ ୧୦ଦିନ ମଧ୍ୟରେ ନିଗମ ଅଞ୍ଚଳର ବିଭିନ୍ନ ୱାର୍ଡର ୫୪ହଜାର ୩୯୦ଘର ବୁଲି ୨ଲକ୍ଷ ୨୭ହଜାର ୨୪୨ଜଣଙ୍କ ଥର୍ମାଲ ସ୍କ୍ରନିଂ କରାଯାଇଛି ।
Related Stories
                        
            
                
                            
                    
                        November 3, 2025            
            
            
                                    
            
                        
                                
                            
                        
            
                
                            
                    
                        November 3, 2025            
            
            
                                    
            
                        
                                
                            