-
– ଦେଶବ୍ୟାପୀ ୨୦,୦୦୦ ସିଏସସି ଏହି ସେବା ପ୍ରଦାନ କରିବେ
ନୂଆଦିଲ୍ଲୀ – ଗ୍ରାମାଂଚଳର ଲୋକମାନଙ୍କ ସୁବିଧା ନିମନ୍ତେ ୟୁନିକ ଆଇଡେଂଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ ଏକ ବଡ ନିଷ୍ପତି ନେଇଛନ୍ତି । ବର୍ତମାନ ସୂଚନା ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ଅଧିନରେ ଥିବା ଦେଶର ୨୦ ହଜାର ସାଧାରଣ ସେବା କେନ୍ଦ୍ରରେ ଆଧାର କାର୍ଡର ସଂଶୋଧନ କରାଯାଇପାରିବ । କେନ୍ଦ୍ର ଯୋଗାଯୋଗ, ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ଏକ ଟ୍ୱିଟ ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରସାଦ ଏକ ଟ୍ୱିଟରେ କହିଛନ୍ତି, ଦେଶବ୍ୟାପୀ ପ୍ରାୟ ୨୦ ହଜାର ସିଏସସି ବର୍ତମାନ ଜନସାଧାରଣଙ୍କୁ ଏହି ସେବା ପ୍ରଦାନ କରିବେ । ସେ ୟୁଆଇଡିଏଆଇ ନିୟମାବଳୀ ଅନୁସାରେ ଆଧାର ସଂଶୋଧନ କାର୍ଯ୍ୟ ଆରମ୍ଭ କରିବାକୁ ସିଏସିମାନଙ୍କୁ କହିଛନ୍ତି । ଏହି ସୁବିଧା ଗ୍ରାମାଂଚଳ ଅଧିବାସୀଙ୍କୁ ନିଜ ଅଂଚଳର ନିକଟବର୍ତୀ ସ୍ଥାନରେ ଆଧାର ସେବା ପାଇବାରେ ସହାୟକ ହେବ ।
ବ୍ୟାଙ୍କିଂ ସୁବିଧା ଥିବା ସିଏସି ଗୁଡିକ ନିଜ ଭିତିଭୂମି ଓ ଆନୁସଙ୍ଗିକ ପ୍ରସ୍ତୁତି ଜୁନ ମାସ ସୁଦ୍ଧା ଶେଷ କରିବେ ବୋଲି ୟୁଆଇଡିଏଆଇ ସମୟସୀମା ଧାର୍ଯ୍ୟ କରିଛି । ସିଏସିର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ଡ. ଦିନେଶ ତ୍ୟାଗୀ ସମସ୍ତ କେନ୍ଦ୍ରଗୁଡିକୁ ଯଥାଶୀଘ୍ର ନିଜର ବୈଷୟିକ ଭିତିଭୂମି ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଯାହା ଫଳରେ କି ଆଧାର ସଂଶୋଧନ କାର୍ଯ୍ୟ ଆରମ୍ଭ ହୋଇପାରିବ ।
ସିଏସିକୁ ଆଧାର ସଂଶୋଧନ ସେବା ପ୍ରଦାନ କରିବାର ଦାୟିତ୍ୱ ଦେଇଥିବାରୁ ଡ. ତ୍ୟାଗୀ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଓ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ସ୍ୱପ୍ନକୁ ସାକାର କରିବ ବୋଲି କହିଛନ୍ତି ।
ବିଶେଷ କରି କୋଭିଡ-୧୯ ମହାମାରୀ ସଂକ୍ରମଣ ସମୟରେ ଏହି ନିଷ୍ପତି ଅତି ଗୁରୁତ୍ୱପୂର୍ଣ୍ଣ । ଏହି ସେବା ଆରମ୍ଭ ହେବା ଫଳରେ ଗ୍ରାମାଂଚଳର ଜନସାଧାରଣଙ୍କୁ ବ୍ୟାଙ୍କ ଆଧାର କେନ୍ଦ୍ର ବା ପୋଷ୍ଟ ଅଫିସ ଇତ୍ୟାଦି ସ୍ଥାନକୁ ଯିବାକୁ ପଡିବ ନାହିଁ । ସେମାନଙ୍କୁ ନିଜ ଘର ପାଖରେ ଏହି ସୁବିଧା ମିଳିପାରିବ ।