
ଧର୍ମଶାଳା– କରୋନା ସଂକ୍ରମଣକୁ ନେଇ ଦେଶ ଏବେ ଚିନ୍ତିତ ଥିବା ବେଳେ କରୋନା ଯୋଦ୍ଧାମାନେ ଦିନ ରାତି ଏକ କରି ଲୋକମାନଙ୍କ ସେବାରେ ଲାଗିଛନ୍ତି । ଡାକ୍ତରମାନେ ସେମାନଙ୍କ ଜୀବନକୁ ବାଜି ଲଗାଇ ରୋଗୀ ସେବା କରୁଛନ୍ତି । ଡାକ୍ତରମାନଙ୍କୁ କେହି ଆକ୍ରମଣ ବା ଦୃବ୍ୟହାର କରିଲେ ସେମାନଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଗରୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । କୋଭିଡ୧୯ ରେ କାର୍ଯ୍ୟରତ ୨ ଜଣ ଡାକ୍ତରଙ୍କୁ ଦୃବ୍ୟହାର କରୁଛନ୍ତି । ଏ ଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ବରୀ-ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ. ଜିନତ ଦାସ ଓ ଡ. ଜ୍ୟୋତି ରଂଜନ ଚୌଧୁରୀ କୋଭିଡ-୧୯ ଦାୟିତ୍ୱରେ ରହିଛନ୍ତି । ତେବେ ଗତ କାଲି ଏହି ଥାନା ଅନ୍ତର୍ଗତ ଭବାନୀପୁର ଗ୍ରାମର ସୁଧାଂଶୁ ଶେଖର ଶତପଥୀ ଡାକ୍ତରଖାନା ପରିସରରେ ଡାକ୍ତର ଦ୍ୱୟଙ୍କୁ ଦୃବ୍ୟହାର କରିବା ସହିତ ସେମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଥାନାରେ ଉକ୍ତ ଯୁବକଙ୍କ ନାମରେ ଏତଲା ଦିଆଯାଇଥିଲା । ଫଳରେ ଆଜି ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି ଆଜି ତାଙ୍କୁ କୋର୍ଟ ଚାଲାଣ କରିଛନ୍ତି । ଏନେଇ ଥାନାରେ ୧୦୪ା୨୦ରେ ଏକ ମାମଲା ରୁଜୁ ହୋଇଛି ।