ଧର୍ମଶାଳା – ଓକିଲମାନଙ୍କ ପ୍ରାତଃ ସ୍ମରଣୀୟ, ସ୍ୱାଭିମାନୀ ଓଡିଆ ତଥା ଉତ୍କଳ ଗୌରବ ବାରିଷ୍ଟର ମଧୁସୂଦନ ଦାସଙ୍କର ଆଜି ହୋଉଛି୧୭୨ ତମ ଜନ୍ମ ଜୟନ୍ତୀ । ଏହି ଜୟନ୍ତୀ ଅବସରରେ ଯାଜପୁର ଜିଲା ଚଣ୍ଡିଖୋଲ କୋର୍ଟ ବାର୍ ଆସୋସିଏସନ ପକ୍ଷରୁ କର୍ମକର୍ତା ଓ ସଦସ୍ୟମାନେ ଉପସ୍ଥିତ ରହି କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ଏହି ମହାନ ଆତ୍ମାର ସଦଗତି କାମନା କରିଥିଲେ ।