ବାରିପଦା – ଭୂତ ଭୟରେ ହଷ୍ଟେଲ ଛାଡିଲେ ଛାତ୍ର, ହଷ୍ଟେଲ ଛାଡି ଥିବା ଛାତ୍ର ମାନେ ହେଲେ ବାଲେଶ୍ବର ଜିଲ୍ଲା ବାଂଛାକଳ୍ପ ସଂସ୍କୃତ ବିଦ୍ୟାପୀଠର । ଗତକାଲି ଠାରୁ ଏମାନେ ହଷ୍ଟେଲ ଛାଡି ଆସିଥିବା ବେଳେ ଆଜି ମୟୂରଭଞ୍ଜ ଜିଲ୍ଲା ଉଦଳା ବସଷ୍ଟାଣ୍ଡରୁ ୫ ଜଣ ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ଉଦ୍ଧାର ପରେ ଉଦଳା ପୋଲିସ ଘଟଣାସ୍ଥଳରେ ପହଂଚି ଛାତ୍ରମାନଙ୍କୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି ।
ଉଦ୍ଧାର ଛାତ୍ରଙ୍କ କହିବାନୁସାରେ “ସେମାନଙ୍କ ଘର ଉଦଳା ଥାନା ବଡସିଙ୍ଗାରିଆ ଏବଂ କଦଳୀବାଡିଆ ଅଂଚଳର ହୋଇଥିବା ବେଳେ ସେମାନେ ବାଲେଶ୍ବର ଜିଲ୍ଲା ବାଂଛାକଳ୍ପ ସଂସ୍କୃତ ବିଦ୍ୟାପୀଠ ହଷ୍ଟେଲରେ ରହି ପାଠ ପଢୁଥିଲେ । ତେବେ ହଷ୍ଟେଲରେ ଛାତ୍ର ମାନଙ୍କୁ ଭୂତ ଡରାଇ ଆସୁଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । ଗତକାଲି ୧୫ ଜଣଙ୍କ ମଧ୍ୟରୁ ୧୦ ଜଣ ଛାତ୍ର ନିଜ ଘରକୁ ପଳାଇଥିଲେ । ୫ ଜଣ ଛାତ୍ର ମୟୁରଭଞ୍ଜ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଛାତ୍ର ବାଲେଶ୍ବର ଜିଲ୍ଲାର । ଉଦ୍ଧାର ଛାତ୍ରଙ୍କ ମଧ୍ୟରୁ ୩ ଜଣ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ବେଳେ ଦୁଇ ଜଣ ଅଷ୍ଟମ ଶ୍ରେଣୀର ପାଠ ପଢୁଥିବା ଜଣାପଡିଛି ।