-
ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ମଧ୍ୟ ଅବ୍ୟାହତ ରହିଛି
ନୂଆଦିଲ୍ଲୀ – କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ସମଗ୍ର ଭାରତରେ ଲକଡାଉନ ବ୍ୟବସ୍ଥା ଲାଗୁ ହୋଇଥିଲେ ମଧ୍ୟ ଗହମ ଅମଳ କାମ ଜୋରସୋରରେ ଚାଲିଛି । ୨୦୨୦ ବର୍ଷର ରବି ଫସଲ ଅମଳ କାମ ପାଇଁ ଯେଉଁ ମାନକ କ୍ରିୟାନୁଷ୍ଠାନ ବିଧି ସରକାର ଧାର୍ଯ୍ୟ କରିଛନ୍ତି ତଦନୁସାରେ ଶ୍ରମିକ ଓ ଚାଷୀମାନେ ଏହି ଫସଲ କାଟିବା ଓ ଅମଳ କାମ କରୁଛନ୍ତି । କରୋନା ଭୂତାଣୁ ସଂକ୍ରମଣ ଚାଷୀ ଓ କୃଷି କର୍ମଚାରୀଙ୍କୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଜାରି କରିଥିବା ଏହି ମାନକ କ୍ରିୟାନୁଷ୍ଠାନ ବିଧିକୁ ସବୁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଛି ।
ବିଭିନ୍ନ ରାଜ୍ୟରୁ ମିଳିଥିବା ତଥ୍ୟ ଅନୁସାରେ ମଧ୍ୟପ୍ରଦେଶରେ ୯୮ରୁ ୯୯ ଭାଗ ଗହମ ଅମଳ ସରିଲାଣି ୟ ରାଜସ୍ଥାନରେ ୯୨ରୁ ୯୫%, ଉତ୍ତରପ୍ରଦେଶରେ ୮୫ରୁ ୮୮%, ହରିୟାଣାରେ ୫୫ରୁ ୬୦%, ପଞ୍ଜାବରେ ୬୦ରୁ ୬୫ ଏବଂ ଅନ୍ୟାନ୍ୟ ରାଜ୍ୟରେ ୮୭ ରୁ ୮୮% ଗହମ ଅମଳ ସରିଛି ।
ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଭିତିରେ ଚାଷୀଙ୍କଠାରୁ ଡାଲି ଓ ତୈଳବୀଜ ଆଦି ସଂଗ୍ରହ କାର୍ଯ୍ୟ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ରାଜସ୍ଥାନ, ମହାରାଷ୍ଟ୍ର, ଉତରପ୍ରଦେଶ ଓ ହରିୟାଣାରେ ଚାଲିଛି ୟ ୨୦୨୦-୨୧ ରବି ଋତୁ ପାଇଁ ଘୋଷଣା କରାଯାଇଥିବା ସରକାରୀ ସହାୟକ ମୂଲ୍ୟ ହିସାବରେ ଚାଷୀଙ୍କଠାରୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀ କିଣା ଯାଉଛି ।
ଲକଡାଉନ ସମୟରେ ପାଂଚଟି ରାଜ୍ୟ ଆନ୍ଧ୍ର, ତେଲଙ୍ଗାନା, ରାଜସ୍ଥାନ, ମହାରାଷ୍ଟ୍ର ଓ ଉତରପ୍ରଦେଶରୁ ୭୨,୪୧୫.୮୨ ମେଟ୍ରିକ ଟନ ବୁଟ ଓ ଚଣା ଜାତୀୟ ଫସଲ ସଂଗୃହୀତ ହୋଇଛି । ସେହିଭଳି ସାତଟି ରାଜ୍ୟ – ତାମିଲନାଡୁ, ତେଲଙ୍ଗନା,ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ,ଗୁଜରାଟ ଓ ଓଡିଶାରୁ ୧,୨୦,୦୨୩.୨୯ ମେଟ୍ରିକ ଟନ ହରଡ ଡାଲି ସଂଗୃହୀତ ହୋଇଛି । ଏହି ସମୟରେ ରାଜସ୍ଥାନ, ଉତ୍ତରପ୍ରଦେଶ ଓ ହରିୟାଣାରୁ ୧,୮୩,୪୦୦.୮୭ ମେଟ୍ରିକ ଟନ ସୋରିଷ ସଂଗ୍ରହ କରଯାଇଛି ।
ଇତି ମଧ୍ୟରେ ଜାତୀୟ ଉଦ୍ୟାନ କୃଷି ବୋର୍ଡ ଦେଶର ୬୧୮ଟି ମାନ୍ୟତା ପ୍ରାପ୍ତ ନର୍ସରରୁ ଫଳ ଓ ପନିପରିବା ଚାଷ ସଂକ୍ରାନ୍ତ ସାମଗ୍ରୀ ଯୋଗାଣ ପ୍ରସ୍ତୁତି ସମ୍ପର୍କରେ ଖବର ପାଇଛି ।ଏସବୁ ନର୍ସରୀ ଏବେ ଏହା ଯୋଗାଇବାକୁ ପ୍ରସ୍ତୁତ । ଇଚ୍ଛୁକ୍ତ ବ୍ୟକ୍ତିବିଶେଷ, ଚାଷୀ, ବ୍ୟବସାୟୀ ଓ ଅନ୍ୟାନ୍ୟ ସଂଯୁକ୍ତ ପକ୍ଷଙ୍କ ଅବଗତି ନିମନ୍ତେ ଉଦ୍ୟାନ କୃଷିବୋର୍ଡ ଏହି ତଥ୍ୟ ସବୁ ରାଜ୍ୟ ଓ ଆଂଚଳିକ ଅଫିସକୁ ଅବଗତ କରାଇଦେଇଛି ।