ମାଲାନଗିରି– କୋରନା ଯୋଦ୍ଧା ଭାବେ ପରିଚିତ ପୋଲିସ କର୍ମଚାରୀ ମାନେ ନିଜ କାମକୁ ସୁଚାରୁ ଭାବେ କରିବା ସହ ବିଭିନ୍ନ ସ୍ଥାନରେ ଲକ୍ ଡାଉନରେ ଫସି ରହିଥିବା ଅସହାୟଙ୍କୁ ସାହାଯ୍ୟ କରି ହଜି ଯାଇଥିବା ମାନବିକତାର ପରିଚୟ ଦେଖାଇଛନ୍ତି । ଏହି କ୍ରମରେ ମାଲକାନଗିରି ସଦର ମହକୁମାର ଜଣେ ମହିଳା ପୋଲିସ ଏସଏଇ ଆଗରେ ରହିଛନ୍ତି । ଆଜି ପୁରୁଣା ମେଡିକାଲ ଛକ ଠାରେ ମହିଳା ପୋଲିସ ଏସଆଇ ଶୁଭଶ୍ରୀ ନାୟକ ପ୍ରବଳ ଖରାରେ ଯାନବାହାନ ଗୁଡିକୁ ଯାଞ୍ଚ କରିବା ସହ ମାସ୍କ ପିନ୍ଧିନଥିବା ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନ କରିବାସହ ଜରିମାନା ଆଦାୟ କରୁଥିବାବେଳେ ଦିନ ୧୨ଟା ସମୟରେ ୬0 ବର୍ଷ ରୁ ଉର୍ଦ୍ଧ୍ବ ଜଣେ ଅସହାୟ ମହିଳା ଖରାରେ ଚାଲି ଚାଲି ଉକ୍ତ ଛକରେ ଥିବା ଏକ ନଳକୂପ ନିକଟକୁ ଆସିଥିଲେ । ହେଲେ ତାଙ୍କ ହାତ ଭଲ ନଥିବାରୁ ସେ ନଳକୂପ ମାରିପାରିନଥିଲେ । ତଳେ ପଡିଥିବା ପାଣିକୁ ହାତ ଆଞ୍ଜୁଳାରେ କାଢି ପିଉଥିଲେ । ଏହା ଦେଖି ମହିଳା ଏସଆଇ ଜଣକ ଅସହାୟ ମହିଳାଙ୍କ ନିକଟକୁ ଯାଇ ତାଙ୍କୁ ନିକଟରେ ଥିବା ଏକ ଦୋକାନ ବେଞ୍ଚ ରେ ବସାଇ ତାଙ୍କ ହାତକୁ ସାନିଟାଇଜ୍ କରିବାସହ ମୁହଁକୁ ପାଣିରେ ପୋଛି ଥିଲେ । ପରେ ଦୋକାନରୁ କଦଳୀ କିଣି ନିଜ ହାତରେ ଖୁଆଇ ଦେଇ ପାଣି ପିଆଇଥିଲେ । ତାଙ୍କର ଏହି ମହନୀୟତା ପାଇଁ ବିଭିନ୍ନ ମହଲରୁ ମହିଳା ଏସଏଇଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି ।
ପ୍ରକାଶ ଥାଉକି, ପୂର୍ବରୁ ପଦ୍ମଗିରି ଛକରେ ମଧ୍ୟ ଜଣେ ଅସହାୟ ମହିଳାଙ୍କୁ ନିଜ ମଧ୍ୟାହ୍ନ ଭୋଜନରୁ ଖାଇବାକୁ ଦେଇ ସେ ମାନବିକତା ଦେଖାଇଥିଲେ ।
Related Stories
November 25, 2024