-
୧୨୫ ଜଣ ହକର୍ ପରିବାରରେ ହସ ଫୁଟାଇଲେ ରବୀନ୍ଦ୍ର
ଏହି ସମୟରେ ଲୋକମାନଙ୍କୁ ଘରେ ରହିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରା ଯାଇଛି। ତେବେ ପ୍ରତିଦିନ କାମ କରି ପେଟ ପୋଷୁଥିବା ଦିନମଜୁରିଆ ଓ ଦୈନିକ ରୋଜଗାର କରି ନିଜର ଜୀବିକା ନିର୍ବାହ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏବେ ପରିସ୍ଥିତି ଦିନକୁ ଦିନ ଖରାପ ଆଡକୁ ଗତି କରୁଛି। ସେଭଳି ଲୋକମାନଙ୍କୁ ସହାୟତାର ହାତ ବଢାଇଛନ୍ତି ପୂର୍ବତନ ବାଲେଶ୍ବର ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା।
ବର୍ତ୍ତମାନ ସମୟରେ ସଟ୍ ଡାଉନ୍ ଓ ଲକ୍ ଡାଉନ୍ ଏକମାତ୍ର ଉଚିତ ପଦକ୍ଷେପ ବୋଲି କହିବା ସହ ଶ୍ରୀ ଜେନା ସମସ୍ତଙ୍କୁ ଘରେ ରହିବାକୁ ସଚେତନ କରାଇଛନ୍ତି। ଏଥିସହ ଆଜି ସେ ଦୈନିକ ଖବରକାଗଜ ବାଣ୍ଟୁଥିବା ହକର୍ ଙ୍କୁ ଓ ରେଲଓ୍ବେ ଷ୍ଟେସନ ଉପରେ ନିର୍ଭରଶୀଳ ଟ୍ୟାକ୍ସି ଚାଳକଙ୍କୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ।
ପୂର୍ବତନ ସାଂସଦ ଶ୍ରୀଜେନାଙ୍କ ମାନସିଂ ବଜାର ସ୍ଥିତ ଗୃହରେ ଏହି ବଣ୍ଟନ କାର୍ଯ୍ୟ କରାଯିବା ପରେ ଷ୍ଟେସନ ରାସ୍ତାରେ ଥିବା ଖବରକାଗଜ ବିତରକ ସଂଘର କାର୍ଯ୍ୟାଳୟରେ ସମସ୍ତଙ୍କୁ ଅତ୍ୟାବଶ୍ୟକ ଖାଦ୍ୟସାମଗ୍ରୀ ବଣ୍ଟନ କରାଯାଇଥିଲା। ଏଥିରେ ୧୨୫ରୁ ଅଧିକ ଖବରକାଗଜ ହକର୍ ଓ ୩୬ ଜଣ ଟ୍ୟାକସି ଡ୍ରାଇଭରଙ୍କୁ ସାମଗ୍ରୀ ବଣ୍ଟନ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ହିନ୍ଦ୍ ମଜଦୁର୍ ସଭାର ସଭାପତି ଅରୁଣ କୁମାର ସ୍ବାଇଁ ଉପସ୍ଥିତ ଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ, ଲକ୍ ଡାଉନ୍ ଆରମ୍ଭରୁ ଅଦ୍ୟାବଧି ବିଭିନ୍ନ ସମୟରେ ସହାୟତା ଆବଶ୍ୟକ କରୁଥିବା ଅସହାୟ ଲୋକଙ୍କୁ ବାଲେଶ୍ଵର ର ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ଖାଦ୍ୟସାମଗ୍ରୀ ବଣ୍ଟନ କରି ସେମାନଙ୍କ ପରିବାରରେ ହସ ଫୁଟାଇଛନ୍ତି।