ବ୍ରହ୍ମପୁର(ବ୍ୟୁରୋ): ପୂର୍ବରୁ ବଡ ଡାକ୍ତରଖାନାରେ ରହି ଆସିଥିବା ଟେଲି ପ୍ୟାଥ୍ସେବାକୁ ଅଧିକ କାର୍ଯ୍ୟକ୍ଷମ କରି ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ନେଇ ୨୪ଘଣ୍ଟିଆ ସେବା ଆରମ୍ଭ ହୋଇଛି । ଅବିଭକ୍ତ ଗଞ୍ଜାମ ସମେତ ପଡୋଶୀ ରାଜ୍ୟ ମାନଙ୍କର କିଛି ଅଞ୍ଚଳର ଜନସାଧାରଣଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିବା ବ୍ରହ୍ମପୁର ବଡ ଡାକ୍ତରଖାନା ଲକ୍ ଡାଉନ୍ ଯୋଗୁ ଗ୍ରାମାଞ୍ଚଳର ଜନସାଧାରଣଙ୍କ ଗମନାଗମନ କ୍ଷେତ୍ରରେ ବହୁ ସମସ୍ୟା ସୃଷ୍ଟି ହେଉଛି । ଏଥିସହ ଗରିବ ରୋଗୀମାନେ ବହୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ତେଣୁ ଜନସାଧାରଣଙ୍କୁ ଉତ୍ତମ ସେବା ଦେବା ସହ ଅତି ସହଜରେ ସ୍ୱାସ୍ଥ୍ୟସେବା ଯୋଗାଇବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଟେଲିପ୍ୟାଥି ସେବା ଆରମ୍ଭ ହୋଇଛି । ଛୋଟ ରୋଗ ପାଇଁ ରୋଗୀମାନେ ଦୂର ଦୂରାନ୍ତରୁ ଆସି ଅଯଥାରେ ହଇରାଣ ହେବା ସହ ମେଡିକାଲ୍ରେ ଗହଳି ହେଉଛି । ଫଳରେ ସାମାଜିକ ଦୂରତା ରହୁନାହିଁ । ତେଣୁ ଏହି ସେବା ଆରମ୍ଭ କରାଯାଇଛି । ସମସ୍ତ ପ୍ରକାର ରୋଗକୁ ନେଇ ଯେକୌଣସି ଲୋକ ଫୋନ୍କରି ଏହି ସେବାର ଲାଭ ନେଇପାରିବେ । ରୋଗୀମାନେ ୭୦୬୪୫୮୮୦୭୦ ନମ୍ବରେ ଫୋନ୍ କିମ୍ବା ହ୍ୱାଟସପ୍ କରି ରୋଗ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନକଲେ ଉକ୍ତ ଟେଲିପ୍ୟାଥୀ ମାଧ୍ୟମରେ ରୋଗୀଙ୍କୁ ସେବା ଯୋଗାଇôା ସହ ଗ୍ରାମାଞ୍ଚଳରେ ଉପଲବ୍ଧ ଥିବା ଔଷଧ ଆଣି ବ୍ୟବହାର କରିବାକୁ ପରାମର୍ଶ ଦେବେ । ଯଦି ରୋଗୀର ରୋଗ ଗମ୍ଭୀର ଥିବା ଡାକ୍ତର ଅନୁଭବ କରିବେ ତେବେ ମେଡିକାଲ୍କୁ ସ୍ଥାନାନ୍ତରିତ କରିବାକୁ ପରାମର୍ଶ ଦେବେ । ତେଣୁ ରୋଗୀମାନେ ଡାକ୍ତରଖାନାକୁ ଆସି ଗହଳି ନକରି ସବୁ ପ୍ରକାର ରୋଗର ଚିକିତ୍ସା ପାଇଁ ଡାକ୍ତରଙ୍କୁ ଫୋନ୍ ଯୋଗେ ପରାମର୍ଶ ଗ୍ରହଣ କରିପାରିବେ ବୋଲି ଟେଲିପ୍ୟାଥ୍ô ସ୍ୱାସ୍ଥ୍ୟସେବାର ନୋଡାଲ ଅଧିକାରୀ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡା. ସୁନୀଲ କୁମାର ଅଗ୍ରୱାଲ ସୂଚନା ଦେଇଛନ୍ତି । ଉକ୍ତ ସେବାକେନ୍ଦ୍ରକୁ ବଡ ମେଡିକାଲ୍ର ଅଧିକ୍ଷକ ଡା. ସନ୍ତୋଷ କୁମାର ମିଶ୍ର ଓ ଅଧ୍ୟକ୍ଷ ପ୍ରଫେସର ଡା. ଦିପ୍ତୀମୟୀ ତ୍ରିପାଠୀ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।
Related Stories
November 22, 2024