ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
ଲକ ଡାଉନ ଯୋଗୁଁ ଭଞ୍ଜନଗର ଆଖ ପାଖ ଅଞ୍ଚଳରେ ବହୁ ରାଜ୍ୟ ବାହାରର ଶ୍ରମିକ ଏଠାରେ ଫସି ରହିଛନ୍ତି।କାମଧନ୍ଦା ବନ୍ଦ ହୋଇଯିବାରୁ ସେମାନେ ଏବେ ଅନ୍ୟ ଉପରେ ନିର୍ଭର କରି ଚଳୁଛନ୍ତି।ଏହି ବିପତ୍ତି ସମୟରେ ବହୁ ସଙ୍ଗଠନ ତରଫରୁ ସେମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।ଭଞ୍ଜନଗର ଏନ ଏ ସି ତରଫରୁ ଗତକାଲି ସେହି ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ସ୍ଥାନୀୟ ଆଦର୍ଶ କିରାଣୀ ବ୍ୟବସାୟୀ ସଂଘ କୁ ଅନୁରୋଧ କରାଯାଇଥିଲା।ଯାହାଫଳରେ ଆଜି ସଂଘ ର ସଭାପତି ଗୌରୀ ଶଙ୍କର ପାତ୍ର ଓ ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ପ୍ରାୟ ୧୦୦ଜଣ ଲୋକଙ୍କ ନିମନ୍ତେ ଶୁଖିଲା ଖାଦ୍ୟ ସାମଗ୍ରୀ ଏନ ଏ ସି କୁ ପ୍ରଦାନ କରାଯାଇଛି।ଏସବୁ ଜିନିଷ ତେଲେଙ୍ଗାନା, ପଶ୍ଚିମ ବଙ୍ଗ ଓ ରାଜସ୍ଥାନ ରୁ ଆସିଥିବା ଲୋକମାନଙ୍କୁ ଯୋଗାଇ ଦିଆଯିବ ବୋଲି ନୋଡାଲ ଅଫିସର ଦିଲୀପ କୁମାର ସ୍ୱାଇଁ କହିଛନ୍ତି।
Related Stories
November 25, 2024