ଭୁୁବନେଶ୍ୱର– ଆଜି ପାଂଚଟି ନୂଆ କରୋନା ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କେଉଁ ଜିଲ୍ଲାରେ କେତେ ସଂଖ୍ୟାରେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ତାର ତଥ୍ୟ ଦିଆ ଯାଇଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ ସୂଚନା ଅନୁସାରେ ରାଜ୍ୟରେ ସର୍ବାଧିକ ରୋଗୀ ଖୋର୍ଧା ଜିଲ୍ଲାରେ ରହିଛନ୍ତି । ଖୋର୍ଧା ଜିଲ୍ଲାରେ ମୋଟ ପଜିଟିଭ ରୋଗୀଙ୍କ ସଂଖ୍ୟା ୪୬ ରହିଛି । ଏହା ପରେ ଯାଜପୁରରେ ୧୮ ଜଣ, ଭଦ୍ରକରେ ୧୬ ଜଣ ଓ ବାଲେଶ୍ୱରରେ ୧୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତିା
ସେହିପରି ସୁନ୍ଦରଗଡରେ ୬ ଜଣ, କେନ୍ଦ୍ରାପଡାରେ ୨ ଜଣ, କଟକ, ପୁରୀ ଓ ଢେଙ୍କାନାଳରେ ଜଣେ ଜଣେ ସଂକ୍ରମିତ ହୋଇଛନ୍ତି ।