
ଗଞ୍ଜାମ– ବ୍ରହ୍ମପୁର ବଡ଼ବଜାର ଥାନା ଅଂଚଳର ଛବିଳ ମହାରଣା ନାମକ ଜଣେ ୫୫ ବର୍ଷିୟ ବୃଦ୍ଧ ଆଜି ସକାଳେ ଗୋଷାଣୀନୂଆଗାଁ ଥାନା ଅଂଚଳରେ ଥିବା ନୀଳକଣ୍ଠ ନଗର ମନ୍ଦିର ନିକଟରେ ଏକ କାଠ କଟା ଧାରୁଆ ଅସ୍ତ୍ରରେ ନିଜର ତଂଟି କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେ ସେହି ସ୍ଥାନରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡି ଛଟପଟ ହେଉଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଛବିଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତି କରିଥିଲା । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୋଷାଣୀନୂଆଗାଁ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ବ୍ୟବସ୍ଥା କରାଇବା ସହ ଏ ସଂକ୍ରାନ୍ତରେ ୨/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।