ଯାଜପୁର– ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଜପୁର ବ୍ଲକ୍, ଦଶରଥପୁର ବ୍ଲକ, ବିଞ୍ଝାରପୁର, କୋରେଇ, ବରୀ ବ୍ଲକ୍ ଓ ଯାଜପୁର ପୌରପାଳିକାର ସମଗ୍ର ଅଂଚଳକୁ କଂଟେନମେଂଟ ଅଂଚଳ ଭାବେ ଘୋଷଣା କରାଯାଇଛି । ତେଣୁ ୨୭ ତାରିଖ ଅର୍ଥାତ୍ ଆଜି ମଧ୍ୟାହ୍ନ ଠାରୁ ଆସନ୍ତା ୨୯ ତାରିଖ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୫୪ ଘଂଟା ପାଇଁ ଏହି ଅଂଚଳରେ ସର୍ଟ ଡାଉନ୍ ଭଳି ପରିସ୍ଥିତି ବଳବତର ରହିବ । ଏହି ସମୟ ମଧ୍ୟରେ ସମ୍ପୃକ୍ତ ଅଂଚଳରେ କେବଳ ଔଷଧ ଦୋକାନ ଖୋଲା ରହିବ । ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ । କ୍ୱାରେଂଟାଇନରେ ରହୁଥିବା ବ୍ୟକ୍ତି ମାନଙ୍କର ସାମ୍ପୁଲ୍ ସଂଗ୍ରହକୁ ତ୍ୱରାନ୍ୱିତ କରାଯିବ । ୩୦ ତାରିଖ ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଦେଶ ଅନୁସାରେ ନିର୍ଦ୍ଧାରିତ ଦୋକାନ ଗୁଡିକ ଖୋଲା ରହିବ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ୧୯କୁ ବୃଦ୍ଧି ପାଇଛି ।