ବାରିପଦା– ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବିଡ଼ିଓଙ୍କ ବ୍ଲକ୍ ଆକାଉଂଟରୁ ସେହି ବ୍ଲକ୍ ଅନ୍ତର୍ଗତ ବଡ଼ପୋଷି ଗ୍ରାମର ବେଣୁଧର ମହାନ୍ତ ନାମକ ଜଣେ ବ୍ୟକ୍ତିଙ୍କ ଆକାଉଂଟକୁ ୫ କୋଟି ୭୭ ଲକ୍ଷ ୯୨ ହଜାର ୪୬୫ ଟଙ୍କା ଟ୍ରାନ୍ସଫର୍ ହୋଇଛି । ପର୍ଯ୍ୟାୟ କ୍ରମେ ବ୍ଲକ୍ ଆକାଉଂଟରୁ ଏହି ଟଙ୍କା ଟ୍ରାନ୍ସଫର ହୋଇଥିବା ଅଭିଯୋଗ ହୋଇଛି । ବିଡ଼ିଓଙ୍କ ପକ୍ଷରୁ ଏନେଇ ଠାକୁରମୁଣ୍ଡା ଥାନାରେ ଏତଲା କରାଯିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏତଲାରେ ୬ ଜଣଙ୍କ ନାମ ରହିଛି । ତେବେ ଏହି ଟଙ୍କା କିଏ ଓ କିପରି ଆକାଉଂଟରୁ ଟ୍ରାନ୍ସଫର୍ କରିଛି, ତାହା ଅଦ୍ୟାବଧି ଜଣାପଡିନାହିଁ । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
ଅନ୍ୟପକ୍ଷରେ ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପୂର୍ବରୁ ଦୁଇ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ସେମାନେ ହେଲେ ସେହି ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ଓ କ୍ୟାସିୟର୍ ।