ଭଞ୍ଜନଗର , 27/4, କରୋନା ମୁକାବିଲା କ୍ଷେତ୍ରରେ ଆସୁଥିବା ଚତୁର୍ଥ ପର୍ଯ୍ୟାୟ ଓଡିଶା ପାଇଁ ବିପଜ୍ଜନକ ସାଜି ପରେ , କାରଣ ଯେଉଁ ସାହୁ ପ୍ରବାସୀ ଓଡ଼ିଆ ଶ୍ରମିକ ଆସିବେ , ସେମାନେ ଅଧିକ ସଂକ୍ରମିତ ହେଇଥିବା ରାଜ୍ୟରେ ଅଛନ୍ତି | ଏଣୁ ରାଜ୍ୟ ସରକାର ଗୋଟିଏ ପଟେ ସେମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ପଦକ୍ଷେପ ନେବା ସହ ଏ ସମୟରେ ରାଜ୍ୟରେ ଯେଉଁ ବିପଜ୍ଜନକ ସ୍ଥିତି ସୃଷ୍ଟି ହେବ ତାର ଅନୁରୂପ ଭାବେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି | ତାହାର ଅନୁରୂପ ଦେଖିବାକୁ ମିଳିଛି ଭଞ୍ଜନଗର ଉପଖଣ୍ଡରେ | ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଆଜି ବୁଗୁଡ଼ା ବ୍ଲକ ର ଏ.କରଡାବାଡ଼ି ଏବଂ ପଚାଲୁଣ୍ଡି ଓ ବେଲଗୁଣ୍ଠା ବ୍ଲକ ର ମଙ୍ଗଳପୁର, ବଙ୍କା, ଆମ୍ବପୁଆ, ଏବଂ ଉଡ଼ୁରା ପଂଚାୟତ ତୋଫାନି ଗସ୍ତ କରି କ୍ୱାରେନଟାଇନ ସେଣ୍ଟର ର ସ୍ଥିତି ବୁଲି ଦେଖିଛନ୍ତି | ସମ୍ପୃକ୍ତ ପଂଚାୟତ ର ସରପଞ୍ଚ, ପି.ଇ. ଓ , ଜି.ଆର. ଏସ . ଜେଇ ମାନଙ୍କୁ ଆଗନ୍ତୁକଙ୍କ ତଥ୍ୟ ସହ ରହିବାର ସମସ୍ତ ବ୍ୟବସ୍ଥା ତୁରନ୍ତ ସାରିବାକୁ ନିର୍ଦ୍ଧେଶ ଦେଇଥିଲେ | ସୂଚନା ଜେ ବୁଗୁଡ଼ା ବ୍ଲକ ଏ.କରଡାବାଡ଼ି ଏଵଂ ପଚାଲୁଣ୍ଡି ପଂଚାୟତ କୁ ଯଥାକ୍ରମେ 657 ଓ 800 ଜଣ , ବେଲଗୁଣ୍ଠା ବ୍ଲକ ର ବଙ୍କା କୁ 700 ରୁ 800 ଜଣ ଆମ୍ବପୁଆ କୁ 700 ଜଣ , ଏଵଂ ଉଡ଼ୁରା ପଂଚାୟତ 700 ଜଣ ଫେରିବାର ଅନୁମାନ କରାଯାଉଛି |ବର୍ତ୍ତମାନ ଫେରନ୍ତା ପ୍ରବାସୀଙ୍କ ପଞ୍ଜୀକରନ ଚାଲୁରହିଛି |