ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ରବିବାର ଅକ୍ଷୟ ତୃତୀୟା ତିଥିରେ କୃଷି କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି । ଏହି ମର୍ମରେ କୁକୁଡାଖଣ୍ଡି ବ୍ଲକ୍ ଅନ୍ତର୍ଗତ ବାଇଗଣବାଡି ଗ୍ରାମରେ କୋଭିଡ-୧୯ ନିୟମାବଳୀ ପ୍ରକାରେ କୃଷିକାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି । ବାଇଗଣବାଡି ଗ୍ରାମର ରାଜ୍ୟ ପୁରସ୍କାରପ୍ରାପ୍ତ ଚାଷୀ ସମସ୍ତ କୃଷି ଶ୍ରମିକମାନଙ୍କୁ ମାସ୍କ ପିନ୍ଧାଇ ଧାନ ବୁଣି ହଳକରି କୃଷି କାର୍ଯ୍ୟ ଆରମ୍ଭ କରିଥିଲେ । ପୂର୍ବ ସଂସ୍କୃତି ଅନୁଯାୟୀ ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ମହାପ୍ରଭୁଙ୍କ ରଥ କାର୍ଯ୍ୟ ଆରମ୍ଭ ହୋଇଛି । ମା’ ଲକ୍ଷ୍ମୀଙ୍କୁ ବିଲରେ ପୂଜାପାଠକରି ହଳ ଚାଷକରି ଧାନ ବିହନ ବୁଣିଲେ ଅଧିକ ଅମଳ ହେବା ଆଶାରେ ଚାଷୀ ଆଜିର ଦିନରେ ଚାଷକାର୍ଯ୍ୟ ଆରମ୍ଭ କରେ । କରୋନା ଭୁତାଣୁ ଠାରୁ ରକ୍ଷା ପାଇବା ପାଇଁ ପୁରସ୍କାରପ୍ରାପ୍ତ ଗ୍ରାମର ସଫଳ ଚାଷୀ ସୁଧିର କୁମାର ରାଉତ ସମସ୍ତଙ୍କୁ ଗୃହରେ ରହିବା ସହିତ ହାତରେ ସାବୁନ ଓ ମାସ୍କ ପିନ୍ଧି ଦୂରତା ବ୍ୟବଧାନ ପାଳନ କରିବା ପାଇଁ ଶପଥ କରାଇବା ପରେ ଚାଷୀ ରଜିତ କୁମାର ପାତ୍ର, ଦଣ୍ଡପାଣି ପାତ୍ର, ମୁନା ପାତ୍ର, ପଞ୍ଚାନନ ମହାନ୍ତି, ରବିନ୍ଦ୍ର କୋଠିଆ, ମଣ୍ଟୁ ପାତ୍ର, ସନ୍ତୋଷ କୋଠିଆ, ପବି ବିଷୋୟୀ, ସମିତି ସମ୍ପାଦକ ବୃନ୍ଦାବନ କୋଠିଆ ପ୍ରମୁଖ ସମସ୍ତ ଚାଷୀଙ୍କ ବିଲରେ ପୁରୋହିତ ଗୌରୀଶଙ୍କର ପାତ୍ର ଅକ୍ଷୟ ତୃତୀୟ ପୂଜା କରିବା ପରେ ଅକ୍ଷୀ ମୁଠି
ଅନୁକୂଳ ହୋଇଥିଲା ।
Related Stories
November 25, 2024