ବ୍ରହ୍ମପୁର: ବ୍ରହ୍ମପୁର ସହରର ଯେଉଁ ଜନସାଧାରଣ ଅନ୍ୟ ରାଜ୍ୟ ବା ସହରରେ ରହୁଛନ୍ତି ସେମାନେ ଆସନ୍ତା ୩ ଲକ୍ ଡାଉନ୍ ପରେ ସହରକୁ ଫେରିବାର ଆଶା କରାଯାଉଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ଯେଉଁମାନେ ଫେରୁଛନ୍ତି ସେମାନଙ୍କ ପାଇଁ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ସହର ମଧ୍ୟରେ ୨୭ଟି ସ୍ଥାନ ଚିହ୍ନଟ କରିଥିବା ବିଏମ୍ସି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ ସୂଚନା ଦେଇଛନ୍ତି । ଓଡ଼ିଶା ସରକାରଙ୍କ କୋଭିଡ-୧୯ ନିୟମାବଳୀ ଘୋଷଣା ଅନୁସାରେ ମ୍ୟୁନସିପାଲଟି କମିଶନରଙ୍କୁ ଏହି ପଦକ୍ଷେପ ନେବାପାଇଁ କ୍ଷମତାଶାଳୀ ଅଧିକାରୀଭାବେ ନିଯୁକ୍ତି କରାଯାଇଛି । କୋଭିଡ-୧୯ ରୋଗର ନିୟନ୍ତ୍ରଣ ପାଇଁ ଏହା ନିତ୍ୟାନ୍ତ ଆବଶ୍ୟକ । ସହରକୁ କରୋନା ଭୁତାଣୁ ମୁକ୍ତ କରିବା ପାଇଁ ଦୀର୍ଘ ଦେଢ଼ମାସଧରି ସହରବାସୀଙ୍କୁ ୨୪ଘଣ୍ଟିଆ ସେବା ଯୋଗାଇ ଆସୁଥିବା କମିଶନର ଶ୍ରୀ ରାଥୋଡ ସରକାରଙ୍କ ନିର୍ଦ୍ଦେଶନାମା ଆସିବା ସଙ୍ଗେ ସଙ୍ଗେ ସହରର ୨୭ଟି ସ୍ଥାନ ମଧ୍ୟରେ ରହିଛି ହାଉସିଂ ବୋର୍ଡ ସ୍ଥିତ ନିଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଅନ୍ଧପସରା ରୋଡ୍ ରୟଲ ଫାର୍ମାସି କଲେଜ, ସେଣ୍ଟ ଜାଭିୟର୍ସ ସ୍କୁଲ, ଲାଞ୍ଜିପଲ୍ଲୀ କେଶବ ନଗରରେ ଥିବା ରୋନାଲ୍ଡ ଜୁନିୟର କଲେଜ ଓ ହଷ୍ଟେଲ, ଲାଞ୍ଜିପଲ୍ଲୀ ଗୁରୁକୂଳ ସ୍କୁଲ, ଖଲ୍ଲିକୋଟ କଲେଜ, ବାଳିକା ହଷ୍ଟେଲ, ଆର୍.କେ ହଷ୍ଟେଲ, ପିଜି ହଷ୍ଟେଲ, ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟ, ଖଡାସିଂ ସମ୍ରାଟ କଲେଜ ଓ ରୋନାଲ୍ଡ କଲେଜ ହଷ୍ଟେଲ, ଆମ୍ବପୁଆ ଗାୟତ୍ରୀ ଜୁନିୟର କଲେଜ ଓ ସେଣ୍ଟ ଜାଭିୟର ହାଇସ୍କୁଲ, ଇଞ୍ଜିନିୟରିଂ ସ୍କୁଲ ହଷ୍ଟେଲ ଓ ମହିଳା ପଲ୍ଲିଟେକ୍ନି, ଆଇଟିଆଇ ବ୍ରହ୍ମପୁର ହଷ୍ଟେଲ, ଅଶୋକନଗର ଏସ୍ଏମ୍ଆଇଟି ହଷ୍ଟେଲ, ଚଣ୍ଡିପଦର ଏସ୍ଏମ୍ଆଇଟି ହଷ୍ଟେଲ, ଗଜପତି ନଗର ଏସ୍ଏମ୍ଆଇଟି ହଷ୍ଟେଲ ଓ ଆଇଜର ହଷ୍ଟେଲ, ହିଲ୍ପାଟଣା ଆଇଜର କଲେଜ, ନେହେରୁ ନଗର ଦିଶା କଲେଜ, ଗୋଲାପଲ୍ଳୀ ସାହି ଦିଶା ବୟସ ହଷ୍ଟେଲ, ଭାବିନପୁର ଆରିୟନ ଗୁରୁକୂଳ, ଶୀତଳାପଲ୍ଳୀ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ, ଗୋଳନ୍ଥରା ଗାନ୍ଧୀ ଗ୍ଲୋବାଲ ସ୍କୁଲ ବୋଲି ଜଣାପଡିଛି ।
Related Stories
November 25, 2024