ଭଦ୍ରକ – ସ୍ଥାନୀୟ ବନ୍ତଛକ ଶିବ ମନ୍ଦିର ନିକଟ ରାଜପଥ ପାଶ୍ର୍ବରେ ଏକ ସ୍ଥାପତ୍ୟ କାର୍ଯ୍ୟାଳୟ ‘ଫ୍ଲୋରିସ୍ ଆର୍ଟଲିୟର’ ଉଦ୍ଘାଟିତ ହୋଇ ଯାଇଛି। ଜିଲ୍ଳା ସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ଧୀରାମଣି ଲେଙ୍କା ଏବଂ ସମାଜସେବୀ ହାଡିବନ୍ଧୁ ପଢିଆରୀ ଅତିଥି ଭାବେ େଯାଗ ଦେଇ ଏହାର ଶୁଭ ଉଦ୍ଘାଟନ କରିଥିଲେ। ଯୁବ ଆର୍କିଟେକ୍ଝ ବିବେକ ରଂଜନ ପଢିଆରୀଙ୍କ ତ୍ବାବଧାନରେ ପ୍ରତିଷ୍ଠିତ ଏହି କାର୍ଯ୍ୟାଳୟକୁ ଶ୍ରୀମତୀ ଲେଙ୍କା ଉଦ୍ଘାଟନ କରି କହିଥିଲେ କି ଓଡିଶାରେ କଳା ସ୍ଥାପତ୍ୟର ବିକାଶ ପାଇଁ ଯୁବ ପିଢି ଆଗକୁ ଆସିବା ଉଚିତ। କଳା ଓ ସ୍ଥାପତ୍ୟ ଶିକ୍ଷାର ଅଧିକ ପ୍ରଚାର ପ୍ରସାର ଘଟିଲେ ବୁଡି ଯାଉଥିବା ପରµରାର ପୁନରୁଦ୍ଧାର ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଉତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ଯରେ ବରିଷ୍ଠ ସାମ୍ବାଦିକ ଅମର ନାୟକ, ଅଶୋକ ନାୟକ, ଜିଲ୍ଳା ସ୍କୁଲର ପ୍ରଧାନ ଶିକ୍ଷକ ଜଗବନ୍ଧୁ ସାହୁ, ଶିକ୍ଷକ ନରେନ୍ଦ୍ର ପ୍ରସାଦ ସାହୁ, ସମରେନ୍ଦ୍ର ମିଶ୍ର, ରୋଟାରିଆନ ଅତିସ୍ ବେହେରା, ମିଲି ପରିଡା, ଗୀତାରାଣୀ ସ୍ବାଇଁ, ଲିପ୍ସିତା ବିଶ୍ବାଳ, ଜୟନ୍ତୀ କରଶର୍ମା, ମୁରାଦ ଅଲ୍ଲୀ ପ୍ରମୁଖ େଯଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ଯରେ ଭଦ୍ରକ ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ବବିଦ୍ୟାଳୟର ମୁଖ୍ୟ ସାଳିକା ମଞ୍ଜୁ ଭଉଣୀ, କୁମାର ସୌଭାଗ୍ୟଙ୍କ ସହିତ ସ୍ଥାନୀୟ ଅଳର ବହୁ ବୁଦ୍ଧିଜୀବୀ େଯାଗ ଦେଇଥିଲେ। ଏହି କାର୍ଯ୍ୟାଳୟ ମାଧ୍ଯମରେ ଗୃହର ଆଭ୍ୟନ୍ତରୀଣ ସାଜସଜ୍ଜା ସµର୍କୀତ କାର୍ଯ୍ୟ ସµାଦନ ହେବ ବୋଲି ଏହାର ମୁଖ୍ୟ ଶ୍ରୀ ପଢିଆରୀ ପ୍ରକାଶ କରିଛନ୍ତି।
Related Stories
December 7, 2025
December 7, 2025
