ଭୁବନେଶ୍ୱର- ଭଦ୍ରକ,ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ୬୦ ଘଂଟିଆ ସଟ ଡାଉନ ରବିବାର ସକାଳ ୧୦ଟାରେ ଶେଷ ହୋଇଛି । କୋବିଡ-୧୯ର ମାମଲା ମାନ ଲଗାତାର ଉକ୍ତ ଜିଲ୍ଲା ମାନଙ୍କ ଠାରୁ ଆସିବା ପରେ ପ୍ରଶାସନ ୬୦ ଘଂଟା ଧରି ଏହି ଜିଲ୍ଲା ମାନଙ୍କରେ ସଟ ଡାଉନ କରିଥିଲେ ।
ସଟ ଡାଉନକୁ ସଫଳ କରିଥିବାରୁ ତିନି ଜିଲ୍ଲାବାସୀଙ୍କୁ ପ୍ରଶଂସା କଲେ ପୋଲିସ ଡିଜି
ଭୁବନେଶ୍ୱର– ୬୦ ଘଂଟାର ସଟ ଡାଉନକୁ ସଫଳ କରିବାରେ ସହଯୋଗ ଦେଇଥିବା କାରଣରୁ ରାଜ୍ୟ ପୋଲିସ ମହାନିର୍ଦେଶକ ଅଭୟ ଭଦ୍ରକ,ବାଲେଶ୍ୱର ଓ ଯାଜପୁର ଜିଲ୍ଲାର ଲୋକ ମାନଙ୍କୁ ପ୍ରଶଂସା ଦେଇଛନ୍ତି ।
ଶ୍ରୀ ଅଭୟ ଟ୍ୱିଟ କରି କହିଛନ୍ତି ଯେ ଏହି ତିନୋଟି ଜିଲ୍ଲାର ଲୋକ ମାନେ ସଟ ଡାଉନକୁ ସଫଳ କରିଥିବା ଓ ପୋଲିସ ଏବଂ ପ୍ରଶାସନକୁ ସହଯୋଗ କରିଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ସେମାନେ ଆଗାମୀ ଦିନରେ ମଧ୍ୟ ସାମାଜିକ ଦୂରତ୍ୱ ବଜାୟ ରଖିବେ ବୋଲି ଅପିଲ କରୁଛି ବୋଲି ଟ୍ୱିଟ କରି କହିଛନ୍ତି ।