ଯାଜପୁର– ଯାଜପୁର ଜିଲ୍ଲାରେ ଗତକାଲି ବିଳମ୍ବିତ ରାତି ସୁଦ୍ଧା ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୁ ବୃଦ୍ଧି ପାଇଛି । ପୂର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଥିଲା । ତେବେ ଗୋଟିଏ ଦିନରେ ୬ ଜଣ ପଜିଟିଭ୍ ଚିହ୍ନଟ ହେବାକୁ ନେଇ ପ୍ରଶାସନର ଚିନ୍ତା ବଢିଛି ।
ଗତକାଲି ସଂନ୍ଧ୍ୟା ସୁଦ୍ଧା ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବିଳମ୍ବିତ ରାତିରେ ଅନ୍ୟ ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଆକ୍ରାନ୍ତ ମାନେ ହେଲେ ଦଶରଥପୁର ବ୍ଲକ କଟିକଟା ପଚାଂୟତ ଅନ୍ତର୍ଗତ କଟିକଟା ଗ୍ରାମର ୪ ଜଣ ପୁରୁଷ ବୟସ ଯଥା କ୍ରମେ ୨୩, ୪୯, ୫୨, ୫୭ । ଦଶରଥପୁର ବ୍ଲକ୍ ମଲ୍ଲିକାପୁର ପଚାଂୟତ ମହାନ୍ତି ପାଟଣା ଗାଁର ଜଣେ ୩୯ ବର୍ଷିୟ ପୁରୁଷ । ସେହିପରି ଚିହ୍ନଟ ହୋଇଥିବା ଅନ୍ୟ ଜଣେ ହେଲେ ଏହି ବ୍ଲକ୍ ଅନ୍ତର୍ଗତ ନୂଆ ବିରଜାପୁର ପଚାଂୟତର ବିରଜାପୁର ଗ୍ରାମର ବୋଲି ଜଣାପଡିଛି । ଅନ୍ୟପକ୍ଷରେ ବ୍ଲକର ମଲ୍ଲିକାପୁର ପଚାଂୟତ ଓ ବିରଜାପୁର ପଚାଂୟତ ପୂର୍ବରୁ କଂଟେନମେଂଟ ଜୋନ୍ ଘୋଷଣା ହୋଇଥିବା ବେଳେ ଏବେ କଟିକଟା ପଚାଂୟତକୁ କଂଟେନମେଂଟ ଜୋନ୍ କରିବା ନେଇ ପ୍ରଶାସନ ପକ୍ଷରୁ ପକ୍ରିୟା ଆରମ୍ଭ ହୋଇଛି ।