ଗଞ୍ଜାମ– ବ୍ରହ୍ମପୁର ବଡ଼ ମେଡିକାଲର ଆଇସୋଲେସନ ୱାର୍ଡ଼ରେ ଗତକାଲି ଆଉ ଦୁଇ ଜଣ ସନ୍ଦିଗ୍ଧ ଭର୍ତି ହୋଇଛନ୍ତି । ଜଣେ ଗଞ୍ଜାମ ଜିଲ୍ଲା ଧରାକୋଟ ଅଂଚଳର ହୋଇଥିବା ବେଳେ ଅନ୍ୟ ଜଣେ ତାମିଲନାଡ଼ୁ ରାଜ୍ୟର ବୋଲି ସୁପରିଟେଣ୍ଡେଂଟ ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି । ସେମାନଙ୍କ ରକ୍ତ ନମୂନା ରିପୋର୍ଟ ଆସିବା ପରେ ପରବର୍ତି ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି ।
ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ୨୦ ସନ୍ଦିଗ୍ଧଙ୍କ ସ୍ୱାବ୍ ପରୀକ୍ଷା କରାଯିବ
ଗଞ୍ଜାମ- ଡ଼ିପିଏମ୍ ଙ୍କ ସୂଚନା ଅନୁଯାୟୀ ବ୍ରହ୍ମପୁର ସହରରେ ୭୩ଟି ଔଷଧ ଦୋକାନରୁ ୪୨୯ ଜଣ ଔଷଧ କିଣିଛନ୍ତି । ତେଣୁ ସେମାନଙ୍କ ମଧ୍ୟରୁ ତିନି ଜଣ ଶ୍ୱାସକ୍ରିୟାରେ ସମସ୍ୟା ରହିଥିବା ବେଳେ ତିନି ଜଣ ଥଣ୍ଡା ଜ୍ୱର ଏବଂ କାଶରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଛତ୍ରପୁର ଓ ବ୍ରହ୍ମପୁର ଉପଖଣ୍ଡରେ ୧୬୩ ଟି ଔଷଧ ଦୋକାନରେ ୧୨୩୬ ଜଣ ଔଷଧ କିଣିଥିବା ବେଳେ ୩ ଜଣ ଶ୍ୱାସକ୍ରିୟାେରେ ସମସ୍ୟା ରହିଛି ଏବଂ ୧୩ ଜଣ ଜ୍ୱର, ଥଣ୍ଡା ଓ କାଶରେ ଆକ୍ରାନ୍ତ ହୋଇଛନ୍ତି ।
ଅନୁରୂପ ଭାବେ ଭଞ୍ଜନଗର ଉପଖଣ୍ଡରେ ୧୧୮ଟି ଦୋକାନରୁ ୬୪୯ ଜଣ ଔଷଧ କିଣିଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣ ଜ୍ୱର, ଥଣ୍ଡା ଓ କାଶରେ ଆକ୍ରାନ୍ତ ହୋଇଥିବା ବେଳେ ୬୪୫ ଜଣ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସନ୍ଦିଗ୍ଧ ମାନଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ସଙ୍ଗରୋଧ କରିବା ସହ ସ୍ୱାବ୍ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତନ୍ମଧ୍ୟରୁ ୨୦ ଜଣ କରୋନା ସନ୍ଦିଗ୍ଧଙ୍କ ସ୍ୱାବ୍ ପରୀକ୍ଷା ଏମକେସିଜି ମେଡିକାଲ କଲେଜ ହେବ ବୋଲି ଜଣାପଡିଛି ।