ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ଔଷଧ କିଣୁଥିବା ଲୋକଙ୍କ ତଥ୍ୟ ଓ ସେମାନେ କେଉଁ ଔଷଧ କିଣୁଛନ୍ତି ପଞ୍ଜିକୃତ କରିବାକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଅନୁସାରେ ଔଷଧ ଦୋକାନୀ ମାନେ ସବୁଦିନ ଔଷଧ କିଣୁଥିବା ଲୋକଙ୍କ ତଥ୍ୟ ରଖୁଛନ୍ତି । ଏସବୁ ତଥ୍ୟ ଜିଲ୍ଲା ପ୍ରଶାସନ ନିକଟରେ ପହଂଚିବା ପରେ ସନ୍ଦିଗ୍ଧ ମାନଙ୍କୁ ଚିହ୍ନଟ କରାଯାଉଛି । ଇତିମଧ୍ୟରେ ଜିଲ୍ଲାରେ ପ୍ରାୟ ୨୬ ଜଣ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି । ବିଭିନ୍ନ ଔଷଧ ଦୋକାନୀ ମାନଙ୍କ ତଥ୍ୟକୁ ଭିତି କରି ଏହି ସନ୍ଦିଗ୍ଧ ମାନଙ୍କୁ ଚିହ୍ନଟ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଚିହ୍ନଟ ପ୍ରକ୍ରିୟା ଜାରୀ ରହିଛି । ଚିହ୍ନଟ ହୋଇଥିବା ୨୬ ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ୬ ଜଣଙ୍କର ଶ୍ୱାସକ୍ରିୟାରେ ସମସ୍ୟା ରହିଥିବା ବେଳେ ୨୦ ଜଣ ଥଣ୍ଡା, ଜ୍ୱର ଓ କାଶରେ ଆକ୍ରାନ୍ତ ହୋଇଛନ୍ତି ।
ଏନ.ଏଚ.ଏମ. ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ୟାମସୁନ୍ଦର ତ୍ରିପାଠୀଙ୍କ ସୂଚନା ଅନୁସାରେ ୩୫୪ଟି ଦୋକାନରୁ ୨୩୨୪ ଜଣ ଔଷଧ କିଣିଛନ୍ତି । ସେମାନଙ୍କ ମଧ୍ୟରେ ୨୬ ଜଣ କରୋନା ସନ୍ଦିଗ୍ଧ ରହିଥିବା ବେଳେ ଅନ୍ୟ ୨୨୮୮ ଜଣ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଛି ।