ଲସ୍ ଏଞ୍ଜଲେସ୍- ଆମେରିକାରେ ଗ୍ରାମାଞ୍ଚଳରେ ବୃଦ୍ଧଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ପର୍ଯ୍ୟାପ୍ତ ସମ୍ଭଳର ଅଭାବ କାରଣରୁ ଡାକ୍ତରଖାନାର ସ୍ଥିତି ଦୟନୀୟ ରହିଛି । ଯଦି କରୋନା ଗ୍ରାମାଂଚଳ ମୁହାଁ ହୁଏ ତେବେ ସ୍ଥିତି ଭୟାନକ ହୋଇପାରେ । ହ୍ୱାଇଟ୍ ହାଉସ୍ ପକ୍ଷରୁ ଗଠିତ କୋଭିଡ-୧୯ ଟାସ୍କ ଫୋର୍ସର ସଦସ୍ୟ ଡାକ୍ତର ଡେବରାହ ବ୍ରିକ୍ସ କହିଛନ୍ତି, କରୋନା ପ୍ରକୋପରୁ ରକ୍ଷା ପାଇଁ ଏବେ ଦେଶର କୌଣସି ଭାଗ ସୁରକ୍ଷିତ ନୁହଁ । ଏହି ଅଦୃଶ୍ୟ ସଂକ୍ରମଣରୁ ରକ୍ଷା ପାଇଁ ଗାଁରେ ବୃଦ୍ଧ ବ୍ୟକ୍ତି ଓ ପୂର୍ବରୁ ଗମ୍ଭୀର ରୋଗରେ ପୀଡିତଙ୍କ ସୁରକ୍ଷା ଜରୁରୀ ହୋଇ ପଡିଛି ।
ଗାଁରେ ହସ୍ପିଟାଲର ସ୍ଥିତି ଦୟନୀୟ ରହିଛି । ସମ୍ବଳର ଘୋର ଅଭାବ ରହିଛି । ଲୋକଙ୍କ ସ୍ୱାସ୍ଥ୍ୟ ବୀମା ନହେବା ତଥା ପ୍ରଶାସନ ପକ୍ଷରୁ ଲକଡାଉନ ପରି ପଦକ୍ଷେପ ଫଳରେ ଗ୍ରାମାଂଚଳ ଲୋକଙ୍କ ଆୟ ସ୍ରୋତ ବନ୍ଦ ହୋଇ ଯାଇଛି । ଏବେ ଦୁଇ ଦିନ ପୂର୍ବେ ରାଷ୍ଟ୍ରପତି ଘୋଷଣା କରିଥିବା ୪୮୫ ଅରବ ଡଲାର ସହାୟତା ରାଶିରୁ ୭୫ ଅରବ ଡଲାର ହସ୍ପିଟାଲର ରକ୍ଷଣାବେକ୍ଷଣ ପାଇଁ ଦେଇଛନ୍ତି । ସେଥିରୁ ଗ୍ରାମାଂଚଳ କ୍ଷେତ୍ରର ହସ୍ପିଟାଲକୁ କେତେ ମିଳିବ ତାକୁ ପ୍ରଶ୍ଚବାଚୀ ସୃଷ୍ଟି ହୋଇଛି ।
ଦେଶରେ ପ୍ରାୟ ୨୩ ପ୍ରତିଶତ ଅର୍ଥାତ ଛଅ କୋଟି ଜନତା ଗାଁରେ ବସବାସ କରନ୍ତି, ଯେଉଁଠି ହସ୍ପିଟାଲ ଓ ପ୍ରାଥମିକ ସ୍ୱାସ୍ଥ୍ୟ ସୁବିଧା ରହିଛି, ମାତ୍ର କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ଲାଗି ପର୍ଯ୍ୟାପ୍ତ ସମ୍ବଳ ନାହିଁ । ଏହାର କାରଣରେ କୁହଯାଉଛି ଯେ, ସହରାଂଚଳ ତୂଳନାରେ ଗ୍ରାମାଂଚଳରେ ବୃଦ୍ଧଙ୍କ ସଂଖ୍ୟା ଅଧିକ ରହିଛି । ସରକାରୀ ତଥ୍ୟ ଅନୁଯାୟୀ ୧୮.୬ ପ୍ରତିଶତ ବୃଦ୍ଧ ଗ୍ରାମାଂଚଳରେ ରହୁଥିବା ବେଳେ ସହରାଂଚଳରେ ରହୁଥିବା ବୃଦ୍ଧଙ୍କ ସଂଖ୍ୟା ୧୪.୭ ପ୍ରତିଶତ ରହିଛି । ଗ୍ରାମାଂଚଳରେ ପୂର୍ବରୁ ମଧୁମେହ, ଉଚ୍ଚ ରକ୍ତଚାପ ଓ କିଡନୀ ଗୋଗୀଙ୍କ ସଂଖ୍ୟା ଅଧିକ ଅଛନ୍ତି । ଯଦି ଗ୍ରାମାଂଚଳରେ ଅନ୍ୟ ସଂକ୍ରମଣ ରୋଗ ଦେଖାଯାଏ ତେବେ ସ୍ୱାସ୍ଥ୍ୟ ସମ୍ବଳରେ ଘୋର ଅଭାବ ଦେଖା ଦେବ ।
ବିଶେଷଜ୍ଞଙ୍କ ଚିନ୍ତା ଏହା ଯେ, କୋଭିଡ୍-୧୯ର ପ୍ରକୋପ ଯଦି ଗାଁରେ ଦେଖାଯାଏ ତେବେ ସ୍ଥିତି ନିୟନ୍ତ୍ରଣ କରି ହେବ ନାହିଁ । ଏହି ଗ୍ରାମାଞ୍ଚଳ କ୍ଷେତ୍ରରେ ଅପାର ଗ୍ରେଟ୍ ଲେକ୍, ଉତ୍ତର ନ୍ୟୁଜିଲାଣ୍ଡ ଓ ଉତ୍ତରୀ ପଶ୍ଚିମ ଅଂଚଳରେ ସ୍ଥିତି ଅଧିକ ଖରାପ ରହିଛି ।