-
ବିଶ୍ୱରେ ସଂକ୍ରମିତ ସଂଖ୍ୟା- ୨୮ ଲକ୍ଷ
-
ଇିଶ୍ୱରେ ମୃତ୍ୟୁ ସଂଖ୍ୟା- ୨ ଲକ୍ଷ ୧୦୫୨
-
ଆମେରିକାରେ ସଂକ୍ରମିତ ସଂଖ୍ୟା- ୧୦ ଲକ୍ଷ
-
ଆମେରିକାରେ ମୃତ୍ୟୁ ସଂଖ୍ୟା- ୫୩ ହଜାର ୭୦
ଲସ ଏଞ୍ଜଲେସ୍– ଆମେରିକାରେ ଜର୍ଜିଆ ଓ ଓକଲାହାମା ସହିତ କିଛି ରାଜ୍ୟରେ ଲକଡାଉନରେ କୋହଳ କରାଯିବା ସହ ଶନିବାର ଅପରାହ୍ନ ସୁଦ୍ଧା କରୋନା ସଂକ୍ରମିତ ସଂଖ୍ୟା ୧୦ ଲକ୍ଷରେ ପହଁଚି ଯାଇଛି । ସେହି ପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୩ ହଜାର ଟପିଛି । ଦେଶର ବିଭିନ୍ନ ରାଜ୍ୟ ଯଥା ଜର୍ଜିଆ, ଓକଲହାମା, ମିସିଗନ, ଆଲାସ୍କା, ସାଉଥ କ୍ୟାରୋଲାଇନରେ ଖୁଚୁରା ବଜାର, ଷ୍ଟୋର ଓ ରେସ୍ତୋରାଁ ଖୋଲା ଯାଇଥିବା ବେଳେ ସୋମବାରଠୁ ଆୟୋଭା, ଟେନେସିସ୍, କୋଲୋରାଡୋ, ମିନିଟୋଟା ଓ ମୋଂଟାନାରେ ଆଂଶିକ ରୂପେ ବଜାର ଖୋଲାଯିବ । କାର୍ଲିଫର୍ଣ୍ଣିୟାରେ ସାନ ଫ୍ରାନସିସକୋ ମେୟର କହିଛନ୍ତି ଲକଡାଉନ ଆଉ କିଛି ସପ୍ତାହ ରହିବା ଦରକାର ।
ଜର୍ଜିଆ ଓ ଓକଲହାମାରେ ଶୁକ୍ରବାରଠୁ ଆରମ୍ଭ ହୋଇଥିବା କାରବାର ସମୟରେ ସାମାଜିକ ଦୂରତ୍ୱ ପାଳନ କରାଯାଇନଥିଲା ବେଳେ ଓକଲହାମାରେ ସେଲୁନ, ପାର୍ଲର ଓ ସ୍ପା ତଥା ଚିତବିନୋଦନ କେନ୍ଦ୍ର ଖୋଲିବା ଆରମ୍ଭ ହୋଇ ଯାଇଛି । କିନ୍ତୁ ଏହି ଦୁଇ ରାଜ୍ୟରେ ଖୋଲାଯାଉଥିବା ସେଲୁନରେ ବାରିକ ଫେସ୍ ମାସ୍କ ଓ ଗ୍ଲୋଭ୍ସ ବ୍ୟବହାର କରୁଛନ୍ତି । ଓ୍ଵାଶିଂଟନ ୟୁନିଭର୍ସିଟିର ସାମାଜିକ ଦୂରତ୍ୱ ଆଧାରରେ ପ୍ରସ୍ତୁତ ହୋଇଥିବା ମୋଲେଲ୍ ଅନୁଯାୟୀ ଜର୍ଜିଆକୁ ଜୁନ ୧୧ ପର୍ଯ୍ୟନ୍ତ ଖୋଲା ଯିବାର ନଥିଲା । ଏଲଲଂଟାର ମେୟର ଜନ ଏର୍ନେଷ୍ଟ କହିଛନ୍ତି ଅଣ ଅନାବଶ୍ୟକ ବ୍ୟବସାୟୀଙ୍କୁ ନିଜର କାରବାର ବନ୍ଦ ରଖାଯିବାର ଥିଲା । ସେହି ପରି ଆଲାସ୍କାରେ ରେସ୍ତୋରାଁ ଓ ସେଲୁନ ଖୋଲା ଯାଇଥିବା ବେଳେ ଟେକ୍ସାସରେ ଖୁଚୁରା ସାମଗ୍ରୀ ଦୋକାନ ଓ ଷ୍ଟୋର ଖୋଲା ଯାଇଛି ।