ଚଣ୍ଡିଗଡ – କରୋନା ସଙ୍କଟ ମଧ୍ୟରେ ଚଣ୍ଡିଗଡ ପିଜିଆଇକୁ ବଡ ସଫଳତା ମିଳିଛି । ପିଜିଆଇ ଦୃଢୋକ୍ତି ପ୍ରକାଶ କରିଛି ଯେ, କରୋନା ଭାଇରସ୍ର ବିକଳ୍ପ ଔଷଧ ଭାବେ ଆରମ୍ଭ ହୋଇଥିବା ସେଫ୍ଟି ଟ୍ରାଏଲରେ ସକରାତ୍ମକ ଫଳାଫଳ ମିଳିଛି । ପିଜିଆଇ କୁଷ୍ଠ ରୋଗର ଚିକିତ୍ସାରେ ଦିଆଯାଉଥିବା ଔଷଧ ମାଇକ୍ରୋବ୍ୟାକ୍ଟେରିୟମ ଡବ୍ଲ୍ୟୁ ଭ୍ୟାକସିନକୁ ୬ ରୋଗୀଙ୍କ ଠାରେ ପ୍ରୟୋଗ କରିଛି, ଯାହାର ସକରାତ୍ମକ ପରିଣାମ ନଜର ଆସିଛି । ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି ଯେ, କରୋନା ଚିକିତ୍ସା ସମୟରେ ଯେଉଁ ରୋଗୀଙ୍କ ଅକ୍ସିଜେନ୍ ଆବଶ୍ୟକ ଥିଲା, ସେହି ରୋଗୀଙ୍କୁ ମାଇକ୍ରୋବ୍ୟାକ୍ଟେରିୟମ ଡବ୍ଲ୍ୟୁ ଭ୍ୟାକସିନର ୦.୩ ଏମ.ଏଲ ଔଷଧର ଇଞ୍ଜେକ୍ସନ ଦିଆଯିବା ପରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି ।
ହସ୍ପିଟାଲ କର୍ତୃପକ୍ଷଙ୍କ କହିବା କଥା ରୋଗୀଙ୍କ ଉପରେ କ୍ରମାଗତ ତିନି ଦିନ ପର୍ଯ୍ୟନ୍ତ ଏହି ଔଷଧ ପ୍ରୟୋଗ କରାଯାଇଛି । ଏହା ପରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସକରାତ୍ମକ ପ୍ରଭାବ ପଡିଛି । ଉଲ୍ଲେଖଯୋଗ୍ୟ, ଏହି ଔଷଧକୁ ପ୍ରଥମେ କୁଷ୍ଠ, ନିମୋନିଆ ଗ୍ରସ୍ତ ରୋଗୀଙ୍କଠାରେ ପ୍ରୟୋଗ କରାଯାଇଥିଲା, ଯାହାର ଫଳାଫଳ ସକରାତ୍ମକ ଆସିଥିଲା । ଏବେ କରୋନା ରୋଗୀଙ୍କଠାରେ ଏହି ଔଷଧକୁ ପ୍ରୟୋଗ କରାଯାଇଛି ଏବଂ ଅଦ୍ୟାବଧି ପରିଣାମ ସକରାତ୍ମକ ଆସିଛି ।
ଗତ ସପ୍ତାହରେ ପିଜିଆଇ ଚଣ୍ଡିଗଡକୁ ଭାରତ ସରକାର କରୋନା ଭାଇରସ୍ ଭ୍ୟାକସିନର କ୍ଲିନିକଲ ଟ୍ର।।ଏଲ ପାଇଁ ଚୟନ କରିଥିଲେ । କାଉନସିଲ ଅଫ ସାଇନ୍ସ ଆଣ୍ଡ ଇଣ୍ଡଷ୍ଟ୍ରିୟାଲ ରିସର୍ଚ୍ଚ କରୋନା ଭାଇରସ୍ ଉପରେ କୁଷ୍ଠ ରୋଗ ନିରାକରଣରେ ବ୍ୟବହୃତ ହେଉଥିବା ଭ୍ୟାକସିନ ମାଇକ୍ରୋବ୍ୟାକ୍ଟେରିୟମ ଡବ୍ଲ୍ୟୁର କ୍ଲିନିକଲ ଟ୍ରାଏଲକୁ ମଞ୍ଜୁରୀ ଦେଇଥିଲେ ।
ଏହି ପରି ସିଏସଆଇ ଆର ଗୁଜୁରାଟର ଫାର୍ମା କମ୍ପାନୀ କ୍ୟାଡିଲା ହେଲ୍୍ଥ କେୟାର ଲିମିଟେଡ୍ ସହିତ ମିଶି ଏମଡବ୍ଲ୍ୟୁ ଭ୍ୟାକସିନକୁ କରୋନା ଭାଇରସ ଉପରେ କ୍ଲିନିକଲ ଟ୍ରାଏଲ ଆଗକୁ ମଧ୍ୟ ଜାରି ରହିବ ବୋଲି ପିଜିଆଇ ହସ୍ପିଟାଲ କର୍ତୃପକ୍ଷ ପକ୍ଷରୁ କୁହାଯାଇଛି । ଏହି କ୍ଲିନିକଲ ଟ୍ରାଏଲ କରିବାକୁ ପିଜିଆଇ ଚଣ୍ଡିଗଡ ସହିତ ଦିଲ୍ଲୀ ଏମ୍ସ ଓ ଭୋପାଳର ଏମ୍ସକୁ ମଧ୍ୟ ମଞ୍ଜୁରୀ ମିଳିଛି ।