ବ୍ରହ୍ମପୁର : ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ମଇ ୩ରେ ସରୁଛି । ତେବେ ରାଜ୍ୟ ସରକାର ବ୍ୟବସାୟ କାରବାର ଚଳାଇବାକୁ ସାମାନ୍ୟ କୋହଳ କରିଛନ୍ତି । ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଥିବା ଦୃଷ୍ଟିରୁ ଅନୁମତି ପାଇଥିବା ସମସ୍ତ ଦୋକାନ ଓ ପ୍ରତିଷ୍ଠାନ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା । ଜିଲ୍ଲାପାଳଙ୍କ ଚିଠି ନଂ ୧୭୨୧/୨୫.୪.୨୦୨୦ରେ ସ୍ପଷ୍ଟ କରିଛନ୍ତି ଯେ କୋଭିଡ୍-୧୯ ନିୟମ ଅନୁସାରେ ସାମାଜିକ ଦୂରତା ଅବଲମ୍ବନ କରାଯିବ । ଓଡ଼ିଶା ସପ୍ ଆଣ୍ଡ୍ କମର୍ସିଆଲ୍ ଏଷ୍ଟାବ୍ଲିସ୍ମେଣ୍ଟ ଆକ୍ଟ, ୧୯୫୬ ଅନୁସାରେ ପଞ୍ଜୀକୃତ ହୋଇଥିବା ବ୍ୟବସାୟ ପ୍ରତିଷ୍ଠାନ ସମେତ ରେସିଡେନ୍ସିଆଲ୍ ମାର୍କେଟ୍ କମ୍ପେ୍ଲକ୍ସ, ମ୍ୟୁନିସିପାଲିଟି ଓ ମହାନଗର ନିଗମ ପରିସୀମା ବାହାରେ ଥିବା ମଲ୍ଟି ବ୍ରାଣ୍ଡ ଓ ସିଙ୍ଗଲ୍ ବ୍ରାଣ୍ଡ୍ ମଲ୍ ବ୍ୟତୀତ ମାର୍କେଟ୍ କମ୍ପେ୍ଲକ୍ସ ଖୋଲା ରହିବ । କିନ୍ତୁ ସେମାନେ ମୋଟ ନିଯୁକ୍ତିର ୫୦ ପ୍ରତିଶତ କମ୍ କର୍ମଚାରୀ ନିୟୋଜିତ କରିବେ, ସାମାଜିକ ଦୂରତା ରକ୍ଷା କରିବେ ଓ ମାସ୍କ ପରିଧାନ ନିଶ୍ଚିତ କରିବେ । ପଡ଼ୋଶୀ ଦୋକାନ ଓ ଜଣେ ଠିଆ ହୋଇ ବିକ୍ରି କରୁଥିବା ଦୋକାନ ଖୋଲା ରହିବ । ମାଛ, ମାଂସ, ଚିକେନ୍ ଓ ଅଣ୍ଡା ବିକ୍ରି କରୁଥିବା ଅନୁମୋଦିତ ବା ପଞ୍ଜୀକୃତ ଦୋକାନ ଖୋଲା ରହିବ ।
କେଉଁ ଦୋକାନ ଖୋଲିବନି:
ବିନା ଅନୁମତିରେ ଚାହା ଦୋକାନ, ଜଳଖିଆ ଦୋକାନ ଖୋଲିବ ନାହିଁ । ସେଲୁନ୍, ଜିମ୍, ଜୁଏଲେରି, ଠେଲା ଫାଷ୍ଟ ଫୁଡ୍, କ୍ଲଥ୍ ମାର୍କେଟ୍, ବିଉଟି ପାର୍ଲୋର, ପାନ ମସଲା, ଗୁଟ୍ଖା, ଚ୍ୟୁଙ୍ଗମ୍ କୌଣସି ଛେପ ପକାଇବା ଭଳି ଦ୍ରବ୍ୟ ବିକ୍ରି ସମ୍ପୂର୍ଣ୍ଣ ନିଷେଧ । ସରକାରୀ ଜମି ଦଖଲ କରି କୌଣସି ବ୍ୟବସାୟ କାରବାର ହେଉଥିବା ଦୋକାନକୁ ଅନୁମତି ମିଳିବ ନାହିଁ । ଓଡ଼ିଶା ସପ୍ ଆଣ୍ଡ୍ କମର୍ସିଆଲ୍ ଏଷ୍ଟାବ୍ଲିସ୍ମେଣ୍ଟ ଆକ୍ଟ, ୧୯୫୬ ଅନୁସାରେ ପଞ୍ଜୀକୃତ ହୋଇନଥିବା କୌଣସି ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ । ଏହି କଟକଣା ଅବମାନନା କରୁଥିବା ବ୍ୟକ୍ତି, ଦୋକାନୀ ଓ ବ୍ୟବସାୟୀଙ୍କ ବିରୋଧରେ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଧାରା ୫୧ରୁ ୬୦ ଓ କୋଭିଡ୍-୧୯ ନିୟମାବଳୀ, ୨୦୨୦ ଏବଂ ଆଇପିସି ଦଫା ୧୮୮ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ
Related Stories
January 31, 2025