ବ୍ରହ୍ମପୁର:ଡ. ଭବାନୀ ଶଙ୍କର ଦାସ ପେଷାରେ ଜଣେ ଡାକ୍ତର ଥିଲେ ମଧ୍ୟ ସମାଜସେବା ହେଉଛି ତାଙ୍କର ନିଶା । ଜଣେ ଡାକ୍ତର ଭାବରେ ବିଶେଷ କରି ଗ୍ରାମୀଣ ଲୋକମାନଙ୍କୁ ସେବା ଯୋଗାଇବା ପାଇଁ ସେ ସର୍ବଦା ତତ୍ପର । ପେସାରେ ଡାକ୍ତର ହେଲେ ମଧ୍ୟ ଲୋକମାନଙ୍କ ସେବା କରିବାରେ ତାଙ୍କୁ ମିଳିଥାଏ ଆନନ୍ଦ । ସେଥିପାଇଁ ତ ଦିନରାତି ଗରିବ ଶ୍ରେଣୀର ଲୋକଙ୍କୁ ସାହାର୍ଯ୍ୟ କରିବା ସେ ହୋଇଉଠିଥାନ୍ତି ଆଗଭର । ସେ ବିଭିନ୍ନ ସାମାଜ ମଙ୍ଗଳକାରୀ କାର୍ଯ୍ୟ କରିବା ସହ ଗରିବ ତଥା ସାଧାରଣ ବର୍ଗର ଲୋକମାନଙ୍କୁ ବଢିଥିବା ସମାଜର ସ୍ରୋତରେ ସାମିଲ କରିବା ପାଇଁ ଦୀର୍ଘ ୨୦ ବର୍ଷ ଧରି ବିଭିନ୍ନ ପ୍ରଚେଷ୍ଠା କରିଆସିଛନ୍ତି । ଏହା ସହ ସେ ଅନାଥ ପିଲାମାନଙ୍କର ଉଜ୍ୱଳ ଭବିଷ୍ୟତ ପାଇଁ ଅନାଥ ଆଶ୍ରମ ତିଆରି କରି ସେଠାରେ ଅନାଥ ପିଲାମାନଙ୍କର ଶିକ୍ଷା , ସ୍ୱାସ୍ଥ୍ୟ ତଥା ବିଭିନ୍ନ ଆବଶ୍ୟକକୁ ପୁରଣ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏହା ସହ ଡ. ଦାସ ବେଦ ଶିକ୍ଷା ଗ୍ରହଣ କରିବାକୁ ଆଗ୍ରହୀ ଥିବା ପିଲାମାନଙ୍କ ପାଇଁ ବେଦ ଶିକ୍ଷାନୁଷ୍ଠାନ ଗଠନ କରିବା ସହ ଗୋଷାଳା ଖୋଲି ଗାଇ ମାନଙ୍କୁ ସେବା ଯୋଗାଇଦେଇଛନ୍ତି । ତେବେ ସମାଜସେବା କମ୍ବା ଡାକ୍ତରି କ୍ଷେତ୍ରରେ ନୁହେଁ ଆଇନ ବିଭାଗରେ ମଧ୍ୟ ଡ. ଦାସ ବେଶ ସକ୍ରିୟ । ସମ୍ବିଧାନ ଓ ନ୍ୟାୟ ସମ୍ପର୍କରେ ପ୍ରଗାଢ ଜ୍ଞାନ ଥିବାବେଳେ ସେ ସମସ୍ତଙ୍କୁ ସଠିକ ନ୍ୟାୟ ଦେଉଛନ୍ତି । ତେବେ ସମାଜ ସେବା ତଥା ନ୍ୟାୟିକ ଧର୍ମ ଯୋଗୁଁ ନ୍ୟାସନାଲ ହ୍ୟୁମାନ ରାଇଟସ ଆସୋସେସନ ଡ. ଭବାନୀ ଶଙ୍କର ଦାସଙ୍କୁ ଓଡିଶା ପ୍ରଦେଶ ଅଧ୍ୟକ୍ଷ ଭାବେ ମନୋନୀତ କରିଛନ୍ତି ।
କେବଳ ସମାଜସେବା ନ୍ୟାୟ କିମ୍ବା ସେବା କ୍ଷେତ୍ରରେ ନୁହେଁ ସାମ୍ବାଦିକତାରେ ମଧ୍ୟ ଡ. ଦାସ ପାରଙ୍ଗମ । ସମାଜରେ ଘଟିଥିବା ବିଭିନ୍ନ ଘଟଣା ତଥା ଦୁର୍ଘଟଣାକୁ ସେ ସମ୍ବାଦ ମାଧ୍ୟମରେ ପରିବେଷମ କରୁଛନ୍ତି । ଏହ ସହ ସେ ସରକାର ସାହାର୍ଯ୍ୟରୁ ବଞ୍ଚିତ ରହିଥିବା ଗରିବ ଲୋକମାନଙ୍କୁ କିପରି ସରକାରୀ ସାହାର୍ଯ୍ୟ ପାଇପାରିବେ ସେ ନେଇ ବିଭିନ୍ନ କାର୍ଯ୍ୟ କରୁଛନ୍ତି । ଦୀର୍ଘ ଦୀନ ଧରି ଗ୍ରାମୀଣ ଲୋକମାନଙ୍କୁ ସେବା ଯୋଗାଇ ଦେଇ ଆସୁଥିବାରୁ ଡ. ଦାସଙ୍କୁ ଭାରତ ସରକାରଙ୍କ ଦ୍ୱାରା ଡକ୍ଟରେଟ ଉପାଧରେ ମଧ୍ୟ ସମ୍ମାନୀତ କରାଯାଇଥିଲା । ତେବେ ବର୍ତ୍ତମାନ ସେ ନ୍ୟାସନାଲ ହ୍ୟୁମାନ ରାଇଟସ ଆସୋସେସନର ଓଡିଶା ପ୍ରଦେଶ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିବାରୁ ସମାଜ ମଙ୍ଗଳ ନିମନ୍ତେ ଆହୁରି ଅନେକ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।
Related Stories
January 31, 2025