ସାନଖେମୁଣ୍ଡି : ସଂପ୍ରତି କରୋନା ସଂକ୍ରମଣ ଜନିତ ଲକଡାଉନ ପରିସ୍ଥିତି ସହ ପ୍ରବଳ ଗ୍ରୀଷ୍ମତାପ ଭଳି ସଙ୍କଟ ସମୟରେ ଗ୍ରାମାଞ୍ଚଳରେ ପାନୀୟ ଜଳର ଉତ୍କଟ ଅଭାବ ଜନ ସମସ୍ୟାକୁ ଦିଗୁଣିତ କରିଛି l ବର୍ଷ ବର୍ଷ ମାସ ମାସ ଧରି ପ୍ରଶାସନକୃତ ପାନୀୟ ଜଳାଭାବ ଲୋକଙ୍କ ଦୈନଦିନ ଚକଣିକୁ ଦୁର୍ବୀସହ କରିଥିବା ବେଳେ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ସଂପୃକ୍ତ ବିଭାଗ ଆଦୌ ତପ୍ତରତା ପ୍ରକାଶ କରୁନଥିବା ଅଭିଯୋଗ ହୋଇଛି l ଲକଡାଉନ ବେଳେ ଘରୁ ବାହାରିବା ମନା ହୋଇଥିବା ବେଳେ ଦଳ ଦଳ ହୋଇ ଲୋକଙ୍କ ଦୂରଦୁରାନ୍ତରୁ ପିଇବା ପାଣି ସଂଗ୍ରହ ସଙ୍ଗରୋଧ ସଚେତନତା ର ପ୍ରତିକୂଳ ପ୍ରଭାବ ପକାଉଥିବା ପ୍ରକାଶ ପାଇଛି l ଏଭଳି ପାନୀୟ ଜଳାଭାବ ଜନିତ ସଙ୍କଟ ଜନକ ସ୍ଥିତି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୌତମୀ ଗ୍ରାମରେ ଦୀର୍ଘ ସାତ ମାସ ଧରି ସୃଷ୍ଟି ହୋଇଥିଲେ ମଧ୍ୟ ପଞ୍ଚାୟତିରାଜ ଓ ଗ୍ରାମ୍ୟଜଳ ଯୋଗାଣ ବିଭାଗ ସମସ୍ୟାର ସମାଧାନ ପାଇଁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ୱେ ଆଦୌ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି l
ସାତ ହଜାରରୁ ଉର୍ଦ୍ଧ ଜନସଂଖ୍ୟା ବିଶିଷ୍ଟ ଏହି ବୃହତ ଗ୍ରାମରେ ପାଇପ ଲାଇନ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦୀର୍ଘ ସାତ ମାସ ଧରି ଅଚଳ ହେବା ପରେ ଜଳ ସ୍ୱାଭାବିକ କରାଯାଇନାହିଁ l ଗୌତମି ପଞ୍ଚାୟତର ଆଖପାଖ ଗ୍ରାମଞ୍ଚଳ ଦେଉଳପଡି, S, ଆମ୍ବଠା ଏହି ଗ୍ରାମରେ ଅଧ୍ୟ ପାନୀୟ ଜଳର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରଙ୍ଗର ପ୍ରଲେପ ଦେଇ ବସୁଧା ଲେଖା ଓଭର ହେଡ଼ ଟାଙ୍କିରେ ଧାର ଧରୁନଥିବା ବେଳେ ସରକାରଙ୍କ ସ୍ୱତନ୍ତ୍ର ଆର୍ଥୀକ ଅନୁଦାନ ଓ ପାନୀୟ ଜଳ ଯୋଗାଣ ପ୍ରତି ଗୃରୁତ୍ଵlରୋପ ସତ୍ୱେ ବିଭାଗୀୟ ଅବହେଳା ଯୋଗୁଁ ଗୌତମୀ ଗ୍ରାମବାସୀ ପୁରୁଷ ମହିଳା କୂପ, କେନାଲ, ପୋଖରୀ ଆଦିରୁ ପାଣି ସଂଗ୍ରହ କରି ଆଣିବା ସହ ନାହିଁ ନଥିବା ଦୁର୍ଦଶାରେ ଡହଳ ବିକଳ ହେଉଛନ୍ତି l ସାଧାରଣ ମୋଟର ଅଚଳ ଜନିତ ସମସ୍ୟା ବିଭାଗ ସମାଧାନ କରିନପାରିବା ଓ ଲୋକଙ୍କୁ ଜଳ ଯନ୍ତ୍ରଣାରେ ରଖିଥିବା ବେଳେ ତୁରନ୍ତ ପାଇପ ଲାଇନ ପ୍ରକଳ୍ପକୁ ସଜାଡ଼ିବା ସହ ପ୍ରକଳ୍ପରୁ ପାଣି ଯୋଗାଣ ନହେଲେ ଲକଡାଉନ ସତ୍ୱେ ଲୋକେ ରାଜ ରାସ୍ତାକୁ ଓଲ୍ଲାଇ ଆନ୍ଦୋଳନ କରିବାକୁ ଚରମବାଣୀ ଶୁଣାଇଛନ୍ତି l ଏଥିନେଇ ସମ୍ପୃକ୍ତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନାହିଁ l
ରିପୋର୍ଟ: ପ୍ରଫୁଲ୍ଲ ସାବତ।