
ଜଟଣୀ – ବିଜୁ ଜନତା ଦଳ ପକ୍ଷରୁ ସଭ୍ୟ ସଂଗ୍ରହ କର୍ମଶାଳା କାର୍ଯ୍ୟକ୍ରମ ରବିବାର ସ୍ଥାନୀୟ ବାରଭାଇ ଖଣ୍ଡୁଆଳ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି । ଜଟଣୀ ପୋ÷ରପରିଷଦର ୨୩ଟି ଓô୍ାର୍ଡର ବିଜେଡିର କର୍ମୀ ଓ ଆଶାୟୀ କର୍ମୀ ମାନଙ୍କୁ ନେଇ ଜଟଣୀ ନିର୍ବାଚନ ମଣ୍ଡଳୀରେ ମେମ୍ବରସୀପ୍ ଡ୍ରାଇଭ୍ କାର୍ଯ୍ୟକ୍ରମ ସଂଯୋଜକ ମନୋଜ ସେନାପତିଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତରାୟଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ଛାତ୍ର ବିଜୁ ଜନତା ଦଳ ସାଧାରଣ ସଂପାଦକ ସ୍ମୃତିରଂଜନ ପଟ୍ଟନାୟକ, ପୁରାତନ ଓ ନୂତନ ଆଶାୟୀ କର୍ମୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏଥିରେ ତୃଣମୂଳ ସ୍ତରରେ ବିଜେଡି ଦଳ ଲୋକଙ୍କ ନିକଟତର ହୋଇ ସେମାନଙ୍କର ସମସ୍ୟା ବୁଝିବା ପାଇଁ ସୂଚନା ଦିଆଯାଇଥିଲା । ସଂଯୋଜକ ମନୋଜ ସେନାପତି ନୂତନ ଓ ପୁରାତନ କର୍ମୀମାନଙ୍କୁ ‘ମେମ୍ବରସିପ୍ ଡ୍ରାଇଭ’ ପୁସ୍ତିକା ପ୍ରଦାନ କରିବା ସହ ଦଳର ନିତୀ ନିୟମ ସମ୍ବନ୍ଧରେ ବୁଝାଇଥିଲେ । ଖୋର୍ଦ୍ଧାଜିଲ୍ଲା ବିଜେଡି ସଂପାଦକ ହେମନ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୌରପରିଷଦରୁ ୧୫ ଜଣ ସକ୍ରିୟ ସଦସ୍ୟ ଚୟନ କରାଯାଇଥିଲା । ଏମାନଙ୍କୁ ଦଳ ସମ୍ବନ୍ଧୀୟ ସମସ୍ତ ସବିଶେଷ ବିବରଣୀ ପ୍ରଦାନ କରାଯାଇ ଆଗାମୀ ସୂଚନାରେ ଜଣ ପିଛା ୨୪ ଜଣ ସଦସ୍ୟ ନିଯୁକ୍ତ କରିବେ, ଅର୍ଥାତ୍ ୧୫ ଜଣ ସଦସ୍ୟ ବାଛିବେ ୩୬୦ ଜଣ ନୂତନ କର୍ମୀ । ଏହି କ୍ରମରେ ଆଗକୁ ବିଜେଡିର ସଭ୍ୟ ସଂଗ୍ରହ ମିଶନ୍ ଜାରି ରହିବ ବୋଲି ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେଡି ନଗର ସଭାପତି ଆଶୁତୋଷ ପ୍ରତାପ ସିଂହ, ଜଟଣୀ ପୌରପରିଷଦର ପୁର୍ବତନ କାଉନ୍ସିଲର୍ ବିଜୟ ପଣ୍ଡା, ଶୁଶାନ୍ତ ପାଲଟା ସିଂହ, ସୌମେନ୍ଦ୍ର ପଟ୍ଟନାୟକ, ଶଶାଙ୍କ ଶେଖର ରାୟ, ବାବୁଲି ସ୍ୱାଇଁ, ସୁଦର୍ଶନ ସୁନ୍ଦରାୟ, ନଳିନୀ ମହାରଥୀ, ସୌମ୍ୟା ସୋମାଲିକା ରାୟ, ପର୍ଶୁନାଥ ପାଇକରାୟ, ଅନନ୍ତ ଶତପଥୀ, ଏନ୍ ସୀତା, ଅରୁଣ ମହାନ୍ତି, ଅକ୍ଷୟ କୁମାର ଦାସ, ବେଣୁଧର ମଙ୍ଗରାଜ, ବାବୁ ହୋତା, ଉମାକାନ୍ତ ମହାପାତ୍ର, ମନୋଜ ସ୍ୱାଇଁ, ନୀପା ମହାପାତ୍ର, ଫିତୁରୁନ୍ ବିବି, ମଂଜୁ ସାହୁଙ୍କ ସହିତ ଶତାଧିକ କର୍ମୀ ଯୋଗ ଦେଇଥିଲେ ।