
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
ଆଜିର ଦୁନିଆରେ ହଜିଗଲାଣି ମାନବିକତା, ସମସ୍ତେ ନିଜ ନିଜ ସ୍ୱାର୍ଥ ପାଇଁ ଅନ୍ଧ।ରକ୍ତ ର ସମ୍ପର୍କ କୁ ତୁଟେଇ ଦେଇ ମଣିଷ ସବୁକିଛି ପର କରିଦେଉଛି। ଯେଉଁ ମାଆ ନିଜ ପିଲାମାନଙ୍କୁ ଛୋଟବେଳେ କୋଳେଇ କାଖେଇ ବିଭିନ୍ନ ଝଡ଼ ଝଞ୍ଜା କୁ ସାମ୍ନା କରି ବଡ଼ କରିଥାଏ ସେ ହେଇଯାଏ ପର। ଆଜିର ଏ ସଭ୍ୟ ସମାଜରେ ଆମେ ବିଶ୍ୱାସ କରିବା କାହାକୁ ? ଆପଣମାନଙ୍କୁ ଆମେ ଆଜି ଏମିତି ଏକ ଦୃଶ୍ୟ ଦେଖେଇବୁ ତାହାକୁ ଦେଖିଲେ ଆପଣମାନେ ନିଜ ନିଜ ସନ୍ତାନ ମାନଙ୍କ ଠାରୁ ଲୋଭ, ମାୟା ତୁଟେଇଦେବେ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ଗାମୁଣ୍ଡି ଗ୍ରାମରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା। ନିଜ ଜନ୍ମକଳା ଝିଅ ବୃଦ୍ଧାମାଆକୁ ଆଣି ଘର ଆଗରେ ଥିବା ଏକ ଅଳିଆ ଗଦାରେ ଶୁଆଇଦେଇ ଚାଲିଯାଇଛି।ନାମ ବିନାରୀ ନାୟକ, ବୟସ ୬୫ବର୍ଷ। ସ୍ୱାମୀ, ପୁଅ ଓ ଝିଅକୁ ନେଇ ତାଙ୍କ ସଂସାର।ଗତ ୩୦ ବର୍ଷ ହେଲାଣି ସ୍ୱାମୀ ଓ ପୁଅ ରୋଜଗାର କରିବାକୁ ଗୁଜୁରାଟ ର ସୁରଟକୁ ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପରିବାର ସହ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ତେଣୁ ଗ୍ରାମରେ ପରଘରେ କାମ କରି ବିନାରୀ ଯାହା ଆଣନ୍ତି ସେଥିରେ ମାଆ ଝିଅ ଚଳନ୍ତି।କଷ୍ଟେମଷ୍ଟେ ଧାର ଉଧାର କରି ଏକ ମାତ୍ର ଝିଅକୁ ବିବାହ ଦେଇଥିଲେ। ଗତ କିଛିଦିନ ହେବ ବିନାରୀ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଆଉ କୌଣସି କାମଧନ୍ଦା କରି ନପାରିବାରୁ ଝିଅ ଆସି ବୃଦ୍ଧା ମାଆକୁ ନିଜ ଶାଶୂଘରକୁ ନେଇ କିଛିଦିନ ରଖିବା ପରେ ଗତକାଲି ଆଣି ଘର ନିକଟରେ ଥିବା ଏକ ଅଳିଆ ଗଦାରେ ଶୁଆଇଦେଇ ଚାଲିଯାଇଛି।ଏହାଦେଖି ସାହିପଡିଶା ଳୋକେ ବିନାରୀ କୁ କିଛି ଖାଦ୍ୟ ଦେଇଥିବା ବେଳେ କିଛି ଯୁବକ ବିନାରୀର ଭଙ୍ଗା ଘରକୁ ସଜାଡ଼ି ସେଠାରେ ନେଇ ତାଙ୍କୁ ରଖିଥିଲେ।ଏ ସମ୍ପର୍କରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଖବର ପାଇ ସ୍ଥାନୀୟ ବିଡ଼ିଓ ଅନୀଲ କୁମାର ସେଠୀଙ୍କ ଦ୍ୱାରା ଉକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ବିନାରୀ ସେଠାରେ ଚିକିତ୍ସିତ ହେଉଥିବା ଜଣାପଡିଛି।