କନ୍ଧମାଳ- କୋଭିଡ-୧୯ର ମୁକାବିଲା ପାଇଁ ସରକାର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ପଂଚାୟତରେ କ୍ୱାରେଂଟାଇନ ସେଂଟର କରିବା ସହ ଜିଲ୍ଲାରେ ୧୫୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କୋଭିଡ-୧୯ ହସ୍ପିଟାଲ ମଧ୍ୟ ପ୍ରତିଷ୍ଠା କରିଛନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଲୋକମାନଙ୍କୁ ସହାୟତା ପ୍ରଦାନ କରିବାଲାଗି ଅଫିସିଆଲ ଏକାଉଂଟ ଦେଇଛନ୍ତି । ଫଳରେ ଦାରିଙ୍ଗବାଡି ଅଂଚଳର ବରିଷ୍ଠ ଠିକାଦାର ଗିରିଶ ଚନ୍ଦ୍ର ସାହୁ କନ୍ଧମାଳ ଏଡିଏମ ବସନ୍ତ କୁମାର ସାହୁଙ୍କୁ କାର୍ଯ୍ୟାଳୟରେ ଭେଟି ୨ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଠିକାଦାର ଶ୍ରୀ ସାହୁଙ୍କ ଏଭଳି ସହଯୋଗ ଲାଗି ପ୍ରଶାସନ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଠିକାଦାର ଶ୍ରୀ ସାହୁଙ୍କ ସହ ତାଙ୍କ ବନ୍ଧୁ ସନ୍ତୋଷ ବିଷୋୟୀ ମଧ୍ୟ ଉପସ୍ଥିତ ଥିଲେ ।
Related Stories
November 25, 2024