
ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀଙ୍କ କରୋନା ରିଲିଫ୍ ପାଣ୍ଠିକୁ ଆନ୍ତଃର୍ଜାତୀୟ ଭାରଉତ୍ତୋଳନକାରୀ ତଥା ପୋଲିସ ଡିଏସ୍ପି କେ.ରବି କୁମାର ତାଙ୍କ ଜନ୍ମଦିନ ଅବସରରେ ୧୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହାସହ ତାଙ୍କର କୋଚ୍ ତଥା ଅବସରପ୍ରାପ୍ତ ସାଇକୋଚ୍ ସୀତା ପ୍ରସାଦ ପଟ୍ଟନାୟକ ୫ହଜାର ଟଙ୍କାର ଡ୍ରାଫ୍ଟ ମଧ୍ୟ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଦୁହେଁ ଶୁକ୍ରବାର ସକାଳେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବଙ୍କୁ ଏହି ଡ୍ରାଫ୍ଟ ପ୍ରଦାନ କରିଥିଲେ ।