ବ୍ରହ୍ମପୁର: ପ୍ରବାସୀ ଶ୍ରମିକଙ୍କ ପାଇଁ ଗମନାଗମନ ଶିବିର ପରିଦର୍ଶନକରି ସେମାନଙ୍କ କଲ୍ୟାଣ ବିଷୟରେ ପଚାରି ବୁଝିଛନ୍ତି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର । ଓଡ଼ିଶା-ଆନ୍ଧ୍ର ସୀମାନ୍ତବର୍ତ୍ତୀ ବଳରାମପୁର ଓ ଗିରିସୋଲା ନିକଟରେ କରାଯାଇଥିବା ସଙ୍ଗରୋଧ ଗୃହ ବୁଲି ସେମାନଙ୍କ ଖାଇବା, ରହିବା ଓ ଅନ୍ୟାନ୍ୟ ବିଷୟବସ୍ତୁ ଉପରେ ପଚାରି ବୁଝିଥିଲେ । ଏହି ଅବସରରେ ରୋନାଲ୍ଡ କଲେଜ ଓ ନିଷ୍ଟ କଲେଜ ପରିସର ମଧ୍ୟରେ କ୍ୱରାଣ୍ଟାଇନ୍ରେ ଥିବା ପ୍ରବାସୀ ଶ୍ରମିକଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ଏସ୍ପିଙ୍କୁ ନିକଟରେ ପାଇ ପ୍ରବାସୀ ଶ୍ରମିକମାନେ ଖୁସିବ୍ୟକ୍ତ କରିବା ସହ ସେମାନଙ୍କ ସୁରକ୍ଷା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ସାଧୁବାଦ ଦେଇଥିବା ଜଣାପଡିଛି । ଏସ୍ପିଙ୍କ ଗସ୍ତ ସମୟରେ ସଦର ଏସ୍ଡିପିଓ ଜୟନ୍ତ ମହାପାତ୍ର, ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 25, 2024